ଓଡ଼ିଶାରେ ଦାରିଦ୍ର୍ୟ ଖୋଜିବ ବିଶ୍ବବ୍ୟାଙ୍କ, ହାତ ବଢାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

Advertisment
ଓଡ଼ିଶାରେ ଦାରିଦ୍ର୍ୟ ଖୋଜିବ ବିଶ୍ବବ୍ୟାଙ୍କ, ହାତ ବଢାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

bfsi.eletsonline.com

ଭୁବନେଶ୍ବର : ରାଜ୍ୟର ଯେଉଁ ଦାରିଦ୍ର୍ୟ ଇଲାକା ଏବେ ବି ଅପହଞ୍ଚ ହୋଇ ରହିଛି, ତାହାକୁ ବିଶ୍ବବ୍ୟାଙ୍କ େଖାଜି ବାହାର କରିବ। ଏଥି ଲାଗି ରାଜ୍ୟ ସରକାର ସହାୟତାର ହାତ ବଢାଇବା ଲାଗି ବିଶ୍ବବ୍ୟାଙ୍କ ଅନୁେରାଧ କରିଛି।

ରାଜ୍ୟର କେତେକ ନିର୍ଦିଷ୍ଟ ଅଞ୍ଚଳ ଓ ଗୋଷ୍ଠୀ ମଧ୍ୟରେ ଦାରିଦ୍ର୍ୟ ରହିଥିବାରୁ ଚିହ୍ନଟ କରାଯାଇପାରିଲେ, ଏହାର ନିରାକରଣ ପାଇଁ ଯୋଜନାବଦ୍ଧ ଭାବେ ପଦକ୍ଷେପ ନିଆଯାଇପାରିବ। ଏହା ଚିହ୍ନଟ ହେଉନଥିବାରୁ ଦାରିଦ୍ର୍ୟ ହଟାଇବା ରାଜ୍ୟ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେଉଛି। ଏଥିପାଇଁ ଆନ୍ତର୍ଜାତିକ ବ୍ୟାଙ୍କ୍‍ ପକ୍ଷରୁ ରାଜ୍ୟ ସରକାରଙ୍କ ସହମିଳିତ ଭାେବ ଗୋଟିଏ ଟିମ୍‍ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ଉଚ୍ଚସ୍ତରୀୟ ଟିମ୍ କ୍ଷେତ୍ର ସ୍ତରକୁ ଯାଇ ଦାରିଦ୍ର୍ୟକୁ ଠିକଣା ଭାବେ ଠାବ କରିବ।

୨୦୦୫ରୁ ଦେଶରୁ ଦ୍ରୁତ ଗତିରେ ଦ୍ରାରିଦ୍ର୍ୟ ହ୍ରାସ ପାଉଥିବା େବଳେ କେତେକ ନିର୍ଦିଷ୍ଟ ଅଞ୍ଚଳ ଓ ବ୍ୟକ୍ତିଙ୍କ ମଧ୍ୟରେ ଏବେ ବି ଦାରିଦ୍ର୍ୟ ରହିଛି। ରାଜ୍ୟର ବିକାଶ ପାଇଁ ନିର୍ଦିଷ୍ଟ ସମୟ ମଧ୍ୟରେ ଦାରିଦ୍ର୍ୟ ହଟାଯିବା ଆବଶ୍ୟକ ଏବଂ ଏହା ପୂରଣ ଲାଗି ବ୍ୟାଙ୍କ୍‍ର ସହାୟତା ନେଲେ ଯୋଜନା କାର୍ଯ୍ୟକାରିତା ସହଜ ହେବ ବୋଲି ବିଶ୍ବବ୍ୟାଙ୍କ କହିଛି। କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ବନ୍ଦ ପରେ ସେଠାରେ ଲୋକେ ଆଉ ସହାୟତା ପାଉନାହାନ୍ତି। ତେଣୁ ଦାରିଦ୍ର୍ୟ ଥିବା ଅଞ୍ଚଳକୁ ଚିହ୍ନଟ କରି ସହାୟତା ଯୋଗାଣ ଲାଗି ସଂପୃକ୍ତ କର୍ତୃପକ୍ଷ ପରାମର୍ଶ ଦେଇଛନ୍ତି।

ଓଡିଶାରେ କାର୍ଯ୍ୟକାରୀ ହେଉଥିବା ମାଳ ମାଳ ସାମାଜକି ସୁରକ୍ଷା ଯୋଜନା ଦରିଦ୍ର ଓ ସମ୍ବେଦନଶୀଳ ଲୋକଙ୍କୁ ସୁରକ୍ଷା ଦେଇପାରୁନାହିଁ। ଏହା ହିତାଧିକାରୀଙ୍କ ମଧ୍ୟରେ ବିଭ୍ରାନ୍ତି କରୁଛି ବୋଲି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ କାର୍ଯ୍ୟରତ ବିେଶଷଜ୍ଞମାନେ ମତ ଦେଉଛନ୍ତି। ମାନବ ବିକାଶ ସୂଚକାଙ୍କ କ୍ଷେତ୍ରରେ ବିକାଶ ଲାଗି ଗୁଣାତକ୍ମ ଶିକ୍ଷା, ସ୍ବାସ୍ଥ୍ୟ ଓ ପୁଷ୍ଟିକର ସେବା ଉପରେ ଫୋକସ ଦେବା ଜରୁରୀ। ଏଥିସହିତ ପ୍ରଶାସନ ପରିଚାଳନା ଲାଗି ଡାଟା ବ୍ୟବସ୍ଥାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ସେହିଭଳି ସହରାଞ୍ଚଳରେ ଥିବା ବିଭିନ୍ନ ଅନଷ୍ଠୁ।ନର ବିକାଶ ସହିତ ପୌରାଞ୍ଚଳ ଆର୍ଥିକ ବ୍ୟବସ୍ଥାର ସୁଦୃଢୀକରଣ, ସହରାଞ୍ଚଳରେ ବସ୍ତି ବିକାଶ ଏବଂ ଲୋକଙ୍କ ସୁହାଇଲା ଭଳି ଗୃହ ପ୍ରକଳ୍ପ ଉପର ଗୁରୁତ୍ବ ଦିଆଯାଇଛି। ଯଦି ରାଜ୍ୟ ସରକାର ଉପଯକ୍ତୁ ସ୍ଥାନ ଯୋଗାଇଦେବେ ତେବେ ବାଣିଜ୍ୟ ଓ ଶିଳ୍ପ ପାଇଁ ଅତ୍ୟାଧୁନିକ ଲଜିଷ୍ଟିକ କ୍ଷେତ୍ର ତିଆରି କରାଯିବ ବୋଲି ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe