image source--hindustan times
ଭୁବନେଶ୍ବର: ଆଜି ହେଉଛି ବିଶ୍ବ ଗଣତନ୍ତ୍ର ଦିବସ। ଏହି ଅବସରରେ ସମସ୍ତଙ୍କୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ବ। ସମଗ୍ର ବିଶ୍ବ କୋଭିଡ ମହାମାରୀ ସହିତ ସଂଗ୍ରାମ କରୁଛି। ମହାମାରୀ ବିରୋଧରେ ଏହି ସଂଗ୍ରାମ ମୂଳରେ ଜନସାଧାରଣଙ୍କୁ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିବଦ୍ଧ ହେବା ଉଚିତ। ସେହିପରି ଭାରତରତ୍ନ ଏମ୍. ବିଶ୍ବେଶ୍ବରାୟାଙ୍କ ଜନ୍ମଦିବସରେ ଆଜି ଇଞ୍ଜିନିୟର୍ସ ଦିବସ ପାଳନ ହେଉଛି। ଦେଶ ନିର୍ମାଣରେ ନିଜକୁ ଉତ୍ସର୍ଗ କରିଥିବା ଏହି ପ୍ରସିଦ୍ଧ ଯନ୍ତ୍ରୀଙ୍କ ଅବଦାନ ଆମର ଇଞ୍ଜିନିୟରମାନଙ୍କୁ ଅନୁପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିବା ସହ ସ୍ବର୍ଗତଃ ବିଶ୍ବେଶ୍ବରାୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ସେହିପରି ଗତକାଲି ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ନେତୃତ୍ବରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସମ୍ବିଧାନରେ ପ୍ରତିଷ୍ଠାପିତ ନୀତିଗୁଡ଼ିକର ଯଥାର୍ଥ ସଂରକ୍ଷକ ଭାବେ ପବିତ୍ର ଗୃହ କାର୍ଯ୍ୟ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
Follow Us