ବିଶ୍ୱ ପରିବେଶ ଦିବସ ପାଳିତ: ୧୬୬ ଅନୁଷ୍ଠାନକୁ ପ୍ରକୃତି ମିତ୍ର ଓ ୧୬୫ ଜଣଙ୍କୁ ପ୍ରକୃତିବନ୍ଧୁ ସମ୍ମାନ

Advertisment
ଖାଉଟିଙ୍କ ପସନ୍ଦ ବଦଳାଇ ଦେଇଛି କରୋନା, ଦରମା ଅପେକ୍ଷା ପରିବେଶ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଉଛନ୍ତି କର୍ମଚାରୀ

Spotlight Nepal

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଥିବା ବେଳେ ରାଜ୍ୟର ୧୬୬ଟି ଅନୁଷ୍ଠାନକୁ ପ୍ରକୃତି ମିତ୍ର ଓ ୧୬୫ ଜଣଙ୍କୁ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନୀତ କରାଯାଇଛି। ଆମର ଜୈବ ବିବିଧତା ଓ ପରିବେଶ ସୁରକ୍ଷା, ପ୍ରାକୃତିକ ଦୁର୍ବିପାକ ଓ ମନୁଷ୍ୟକୃତ ପ୍ରଦୂଷଣ ହ୍ରାସ, ଜଳବାୟୁ ପରିବର୍ତ୍ତନ, ତାପମାନ ବୃଦ୍ଧି, ଇକୋସିଷ୍ଟମ ପରିଚାଳନା ଏବଂ ମୂଲ୍ୟବାନ ପ୍ରାକୃତିକ ସମ୍ପଦର କ୍ଷୟକ୍ଷତିକୁ ଯଥାସମ୍ଭବ ରୋକିବା ଓ ଏ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜନସଚେତନା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି, ଏହି ବର୍ଷ ମିଳିତ ଜାତିସଂଘ ବାୟୁମଣ୍ଡଳ ସୁରକ୍ଷା ନିମନ୍ତେ ଗୁରୁତ୍ୱ ଦେଉଛନ୍ତି। ଆମର ଦୈନନ୍ଦିନ ଜୀବନରେ ଅନେକ କାର୍ଯ୍ୟକଳାପ ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷଣ ମାତ୍ରାରେ ବୃଦ୍ଧି ଘଟୁଛି। ଏଥିଯୋଗୁଁ ବିଶ୍ୱରେ ଅନେକ ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ବାୟୁ ପ୍ରଦୂଷଣର କାରଣ କାର୍ବନ ମନୋକ୍‌ସାଇଡ୍‌, କାର୍ବନ ଡାଇଅକ୍ସାଇଡ, ନାଇଟ୍ରୋଜେନ୍‌ ଅକ୍ସାଇଡ୍‌, ନାଇଟ୍ରୋଜେନ ଡାଇଅକ୍ସାଇଡ, ଭୂସ୍ତର ଓଜୋନ, ଭାସମାନ ଧୂଳିକଣା, ସଲଫର ଡାଇଅକ୍ସାଇଡ, ହାଇଡ୍ରୋ କାର୍ବନ ମାତ୍ରାର ବୃଦ୍ଧି ଯାହା ମନୁଷ୍ୟ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ।

ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ, (ଜଙ୍ଗଲ ଓ ପରିବେଶ) ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ମାତ୍ରାଧିକ ବାୟୁ ପ୍ରଦୂଷଣ ସଂପ୍ରତି ସାରା ବିଶ୍ୱରେ ଉଦବେଗର କାରଣ ହୋଇଛି। ଆମ ଦେଶର ରାଜଧାନୀ ଦିଲ୍ଲୀ ପୃଥିବୀର ସର୍ବାଧିକ ପ୍ରଦୂଷିତ ମହାନଗରୀ ମାନଙ୍କ ମଧ୍ୟରେ ପରିଗଣିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe