ଦୁବାଇରେ ହେବ ବିଶ୍ବ ଏକ୍ସପୋ-୨୦୨୦, ଯୋଗଦେବେ ରାୟଗଡ଼ାର ସ୍କୁଲ ଛାତ୍ରୀ

Advertisment
ଦୁବାଇରେ ହେବ ବିଶ୍ବ ଏକ୍ସପୋ-୨୦୨୦, ଯୋଗଦେବେ ରାୟଗଡ଼ାର ସ୍କୁଲ ଛାତ୍ରୀ

ଗୁଣପୁର: ଦୁବାଇରେ ଆୟୋଜନ ହେବାକୁ ଥିବା ବିଶ୍ବ ଏକ୍ସପୋ-୨୦୨୦ରେ ରାୟଗଡ଼ା ଜିଲ୍ଲାର ଜଣେ ସ୍କୁଲ ଛାତ୍ରୀ ଯୋଗ‌େଦେବେ। ଗୁଣପୁରସ୍ଥିତ ଗାନ୍ଧୀ ପବ୍ଲିକ ସ୍କୁଲର ଛାତ୍ରୀ ଜି.ଶ୍ୱେତାବିନ୍ଦୁ ବିଶ୍ୱ ଏକ୍ସପୋରେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି। ଏହି ଅନ୍ତର୍ଜାତୀୟ ମେଳାରେ ଯୋଗଦେବା ପାଇଁ ୨୦୨୦ ମାଟ୍ରିକ ପରୀକ୍ଷାରେ ରାୟଗଡା ଜିଲ୍ଲାର ୧୫ ଜଣ ଟପ୍ପର ଛାତ୍ରଛାତ୍ରୀଙ୍କୁ ନେଇ ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କୁ ନେଇ ରାୟଗଡ଼ାର କେନ୍ଦ୍ରୀୟ ବିଦ୍ୟାଳୟରେ ଦୁଇଟି ପର୍ଯ୍ୟାୟରେ ଲିଖିତ ଓ ମୌଖିକ ପରୀକ୍ଷା ହୋଇଥିଲା। ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ୧୦୦ ମାର୍କର ତିନୋଟି ପର୍ଯ୍ୟାୟ ପରୀକ୍ଷାରେ ଗୁଣପୁର, ଗାନ୍ଧୀ ପବ୍ଲିକ ସ୍କୁଲର ଛାତ୍ରୀ ଜି. ଶ୍ୱେତାବିନ୍ଦୁ ଉତ୍ତୀର୍ଣ୍ଣ ହୋଇ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ।

ପ୍ରକାଶ ଥାଉକି ଦୁବାଇରେ ଆୟୋଜନ ହେବାକୁ ଥିବା ‘ବିଶ୍ଵ ଏକ୍ସପୋ-୨୦୨୦’ରେ ଭାରତର ବିଭିନ୍ନ ରାଜ୍ୟ ତଥା ଦେଶ ବିଦେଶର ବିଦ୍ୟାର୍ଥୀମାନେ ଯୋଗ ଦେବେ। ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଜି. ଶ୍ୱେତାବିନ୍ଦୁ ଏହି ବିଶ୍ୱ ମେଳାରେ ଯୋଗ ଦେବା ପାଇଁ ଦୁବାଇ ଗ୍ରସ୍ତ କରିବେ। ଏହାର ସମସ୍ତ ଖର୍ଚ୍ଚ ନୀତି ଆୟୋଗ, କେନ୍ଦ୍ର ସରକାର ବହନ କରିବେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରୀ ଶ୍ୱେତାବିନ୍ଦୁକୁ ଶୁଭ ଆଶୀର୍ବାଦ ଜଣାଇଛନ୍ତି।

ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ପାଠୀ ବିଦ୍ୟାଳୟର ଉନ୍ନତ ଶିକ୍ଷା ପ୍ରଣାଳୀ ଯୋଗୁଁ ଛାତ୍ରଛାତ୍ରୀ ମାନେ ଭାରତ ତଥା ବିଦେଶରେ ଗାନ୍ଧୀ ପବ୍ଲିକ ସ୍କୁଲକୁ ପରିଚିତ କରାଇ ପାରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଜିଆଇଇଟି ବିଶ୍ୱ ବିଦ୍ୟାଳୟର ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ଛାତ୍ରୀ ଜି. ଶ୍ୱେତାବିନ୍ଦୁ ଅଭିନ୍ଦନ ଜଣାଇ ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଦେଇଛନ୍ତି । ଜିଆଇଇଟି ବିଶ୍ୱ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସତ୍ୟପ୍ରକାଶ ପଣ୍ଡା ଏବଂ ସମ୍ପାଦକ ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଏହା ବିଦ୍ୟାଳୟକୁ ଗୌରବାନ୍ୱିତ କରିବା ସହିତ ଅନ୍ୟ ଛାତ୍ରଛାତ୍ରୀଙ୍କୁ ନିଜର ପ୍ରତିଭା ପରିପ୍ରକାଶ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe