ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ, ସନ୍ଧ୍ୟା ୫ଟା ୧୭ରେ ଜଳିଲା ଝାଡ଼

Advertisment
ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ, ସନ୍ଧ୍ୟା ୫ଟା ୧୭ରେ ଜଳିଲା ଝାଡ଼

ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ୧୫୦ ତମ ପ୍ରଭୁ ପୂର୍ଣିମା ଉତ୍ସବ ବା ଯୋରନ୍ଦାମେଳା ଆଜିଠାରୁ ଆରମ୍ଭ ହୋଇଛି। ଶନିବାର ଦିନ ପବିତ୍ର ମାଘ ଚତୁର୍ଦ୍ଦଶୀ ଅବସରରେ ବ୍ରାହ୍ମ ମୁହୂର୍ତ୍ତ ସାଢ଼େ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୁନି ମନ୍ଦିର, ଅଖଣ୍ଡ ଜ୍ୟୋତିମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଥିଲା।

ସନ୍ଧ୍ୟା ନୀତି ଅପରାହ୍‌ଣ ୩ଟା ବେଳେ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟା ୧୭ ମିନିଟ୍‌ରେ ଗାଦି ମନ୍ଦିର ପଶ୍ଚିମପାର୍ଶ୍ବ ଝାଡ଼ରେ ବଳ୍କଳଧାରୀ ମହିମା ସମାଜ ସଭାପତି ଶୁକଦେବ ବାବା ଅଗ୍ନି ସଂଯୋଗ କରି ୧୫୦ ତମ ମହିମା ମେଳାର ଶୁଭାରମ୍ଭ କରିଥିଲେ। ପରେ ଦକ୍ଷିଣ ଦ୍ୱାର, ପୂର୍ବଦ୍ୱାର ଓ ଉତ୍ତର ଦ୍ବାରରେ ଝାଡ଼ରେ ଅଗ୍ନି ସଂଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe