ଯୋରନ୍ଦା: ଯୋରନ୍ଦା ମହିମାଗାଦିରେ ୧୫୩ତମ ମାଘ ମେଳା ବା ପୂର୍ଣ୍ଣିମା ଉତ୍ସବ ଆସନ୍ତାକାଲି (ଶନିବାର) ଆରମ୍ଭ ହେବ। ଶନିବାର ଅପରାହ୍ଣ ୫ଟାରେ ଝାଡ଼ବତିରେ ଅଗ୍ନି ସଂଯୋଗ ସହ ମେଳାର ଶୁଭାରମ୍ଭ ହେବ ବୋଲି ସଭାପତି ଶୁକଦେବ ବାବା ସୂଚନା ଦେଇଛନ୍ତି। ମେଳା ପାଇଁ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ପ୍ରଶାସନ ସମେତ ମହିମା ସାଧୁ ସମାଜର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗାଦିମନ୍ଦିର, ଧୁନିମନ୍ଦିର, ଶୂନ୍ୟମନ୍ଦିର ଓ ଅଖଣ୍ଡଜ୍ୟୋତି ମନ୍ଦିରରେ ବୃହତ୍ ଝାଡ଼ ପ୍ରଦର୍ଶନ ପାଇଁ ନୀତି ମନ୍ଦିରରେ ପ୍ରସ୍ତୁତ କରାଯାଇଛି। ଶନିବାର ସକାଳେ ମହିମା ପ୍ରଭୁଙ୍କର ଅଳଙ୍କାର, ଆଢ଼େଣି, ତ୍ରାସ, ଛତ୍ରୀ ଅଳଙ୍କାର ଆଦି ସହ ଝାଡ଼ଦୀପକୁ ଶଗଡ଼ି ସାହାଯ୍ୟରେ ଭକ୍ତମାନଙ୍କ ଦର୍ଶନ ପାଇଁ ଗାଦି ମନ୍ଦିରକୁ ନିଆଯିବ।
Paddy: ଚାଷୀଙ୍କ ଜିଦ୍ ମଣ୍ଡିରେ ଧାନ କ୍ରୟ କରାଯାଉ
ମଧ୍ୟାହ୍ନ ସୁଦ୍ଧା ଝାଡ଼ବତି ପ୍ରସ୍ତୁତ କରାଯାଇ ନୀତି ଶେଷ ହେବା ପରେ ବରିଷ୍ଠ ସନ୍ନ୍ୟାସୀମାନେ ପଶ୍ଚିମ ଦିଗ ଝାଡ଼ରେ ପ୍ରଥମେ ଅଗ୍ନି ସଂଯୋଗ କରିବେ। ପରେ ଅନ୍ୟ ଝାଡ଼ରେ ବରିଷ୍ଠ ବଳ୍କଳଧାରୀ ସନ୍ନ୍ୟାସୀମାନେ ଅଗ୍ନି ସଂଯୋଗ କରିବେ। ଏଥିସହିତ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ମାନସିକ ଘୃତଝାଡ଼ରେ ଆହୁତି କରାଯିବ।
CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଚଳିତ ବର୍ଷ ୮୫ ମୂର୍ତ୍ତି ବକ୍କଳଧାରୀ ସନ୍ନ୍ୟାସୀ ଓ ୨୦୦ ମୂର୍ତ୍ତି କୌପୀନଧାରୀ ସନ୍ନ୍ୟାସୀ ମେଳାରେ ଯୋଗଦାନ କରିଛନ୍ତି। ଚତୁର୍ଦ୍ଦଶୀ ଓ ମାଘ ପୂର୍ଣ୍ଣିମା ଦୁଇଦିନ ଗାଦିମନ୍ଦିର, ଶୂନ୍ୟମନ୍ଦିର, ଧୁନିମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଦଲକସ୍ଥିତ ବତିମନ୍ଦିର ଓ ଏକୋଇଶ ହାତିଆ ମନ୍ଦିର ସମେତ ସମସ୍ତ ଉପାସନା ପୀଠରେ ଝାଡ଼ ଜଳିବ। ପୂର୍ଣ୍ଣିମା ପରଦିନ ସ୍ଥାନୀୟ ଅଞ୍ଚଳର ଭକ୍ତମାନଙ୍କ ଅନୁରୋଧରେ କେବଳ ଗାଦିମନ୍ଦିର ପଶ୍ଚିମ ଦ୍ୱାରରେ ଝାଡ଼ ଜଳିବ ବୋଲି ବଳ୍କଳଧାରୀ ମହିମା ସମାଜ ସମ୍ପାଦକ ନିତ୍ୟାନନ୍ଦ ବାବା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/31/joronda-mela-2026-01-31-02-15-29.jpg)