ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା ଆଜି: ‌‌‌‌‌‌‌ସନ୍ଧ୍ୟା ୫ଟା ୨୦ରେ ଜଳିବ ଝାଡ଼

Advertisment

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ୧୫୨ତମ ଯୋରନ୍ଦା ମେଳା ବା ପ୍ରଭୁପୂର୍ଣ୍ଣିମା ଉତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହିଦିନ ସନ୍ଧ୍ୟା ୫ଟ‌ା ୨୦ ମିନିଟ୍‌ରେ ପ୍ରସିଦ୍ଧ ଗାଦିମନ୍ଦିର ଝାଡ଼ରେ ଅଗ୍ନି ସଂଯୋଗ...

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ୧୫୨ତମ ଯୋରନ୍ଦା ମେଳା ବା ପ୍ରଭୁପୂର୍ଣ୍ଣିମା ଉତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହିଦିନ ସନ୍ଧ୍ୟା ୫ଟ‌ା ୨୦ ମିନିଟ୍‌ରେ ପ୍ରସିଦ୍ଧ ଗାଦିମନ୍ଦିର ଝାଡ଼ରେ ଅଗ୍ନି ସଂଯୋଗ...

dgdggc

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ୧୫୨ତମ ଯୋରନ୍ଦା ମେଳା ବା ପ୍ରଭୁପୂର୍ଣ୍ଣିମା ଉତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହିଦିନ ସନ୍ଧ୍ୟା ୫ଟ‌ା ୨୦ ମିନିଟ୍‌ରେ ପ୍ରସିଦ୍ଧ ଗାଦିମନ୍ଦିର ଝାଡ଼ରେ ଅଗ୍ନି ସଂଯୋଗ ହେବ ବୋଲି ସତ୍ୟମହିମା ଧର୍ମଧାମ ପରିଚାଳନା ସମିତି ବୈଠକରେ ନିଷ୍ପତ୍ତି ହୋଇଥିବା ସମ୍ପାଦକ ନିତ୍ୟାନନ୍ଦ ବାବା ଓ ସଭାପତି ଶୁକଦେବ ବାବା ସୂଚନା ପ୍ରଦାନ କରିଛନ୍ତି। ଗାଦି ମନ୍ଦିର, ଧୁନି ମନ୍ଦିର, ଶୂନ୍ୟ ମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠରେ ଝାଡ଼ବତି ପ୍ରଜ୍ଜ୍ୱଳନ ପାଇଁ ବୃହତ୍ ଝାଡ଼, ମହଣ ମହଣ ଘିଅ ପ୍ରସ୍ତୁତ ହୋଇ ରହିଛି। ଧୁନିକୁଣ୍ଡରେ କାଠଗଣ୍ଡି ପ୍ରସ୍ତୁତ ହୋଇ ରହିଛି। ରବିବାର ରାତିରେ ବକ୍ଳଧାରୀ ମହିମା ସମାଜର ସଦର ଚୌପାଢ଼ିରେ ସଭାପତି ଶୁକଦେବ ବାବାଙ୍କ ଅଧ୍ୟକ୍ଷତାରେ ବାର୍ଷିକ ପ୍ରଭୁପୂର୍ଣ୍ଣିମା ଉତ୍ସବ ପାଇଁ ନୀତି ନିଯୁକ୍ତି କରାଯାଇଛି।

‌‌‌‌‌‌‌ସନ୍ଧ୍ୟା ୫ଟା ୨୦ରେ  ଜଳିବ ଝାଡ଼
ବ୍ୟବସ୍ଥା ତଦାରଖ କଲେ ଜିଲ୍ଲାପାଳ, ଏସ୍‌ପି 
ଶାନ୍ତିଶୃଙ୍ଖଳା ପାଇଁ ୧୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ

ସୋମବାର ତ୍ରୟୋଦଶୀରେ ବହୁସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛନ୍ତି। ମେଳାପଡ଼ିଆରେ ବିଭିନ୍ନ ଦୋକାନ ଖୋଲିଥିବା ବେଳେ ଗାଦିମନ୍ଦିର ସମେତ ଗହଳି ସ୍ଥାନରେ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୨ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୫ଜଣ ଡିଏସ୍‌ପି, ୧୨ଜଣ ଇନ୍‌ସପେକ୍ଟର, ୫୯ଜଣ ଏସ୍ଆଇ/ଏଏସ୍‌ଆଇ, ୯ ହାବିଲଦାର, ୫୨ ପୁରୁଷ କନେଷ୍ଟବଳ, ୨୦ ମହିଳା କନେଷ୍ଟବଳ, ୭ ଜଣ ଟ୍ରାଫିକ୍‌ ପୁଲିସ , ୧୧୧ ପୁରୁଷ ହୋମ୍‌ଗାର୍ଡ, ୯ ଜଣ ମହିଳା ହୋମ୍‌ଗାର୍ଡ, ୧୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହିତ ସାଦା ପୋଷାକଧାରୀ, ଆଣ୍ଟି ବମ୍‌ ସ୍କ୍ୱାଡ୍‌, ଦମକଳ ବାହିନୀ ଦାୟିତ୍ୱରେ ରହି ଶାନ୍ତିଶୃଙ୍ଖଳା ସୁରକ୍ଷା ବ୍ୟବସ୍ଥା କରିବେ। ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ସୋମବାର ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର, ଗଁଦିଆ ବିଡିଓ ପ୍ରଦୀପ କୁମାର ବେହେରା, ଥାନା ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ ପ୍ରମୁଖ ମେଳାର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବୁଲି ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe