ଜାନୁଆରି ୧୫ରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା; ହଟ୍ଟଗୋଳ ଭିତରେ ସରିଲା ମହୋତ୍ସବ ସାଧାରଣ ପରିଷଦ ବୈଠକ

Advertisment
ଜାନୁଆରି ୧୫ରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା; ହଟ୍ଟଗୋଳ ଭିତରେ ସରିଲା ମହୋତ୍ସବ ସାଧାରଣ ପରିଷଦ ବୈଠକ

ବରଗଡ଼: ଆସନ୍ତା ଜାନୁଆରି ୧୫ ତାରିଖରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆୟୋଜନ ହେବ। ଏଥି ସକାଶେ ବୁଧବାର ପ୍ରଥମ ପ୍ରସ୍ତୁତି ବୈଠକ ବସିଛି। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ହୋଇଛି। ତେବେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବୈଠକ ସରିଛି। ନାନାଦି ଅଭିଯୋଗ ସାମନାକୁ ବି ଆସିଛି। ପ୍ରଥମେ ମହୋତ୍ସବ ସମିତିର ଆବାହକ ସୁରେଶ୍ବର ଶତପଥୀ ଗତବର୍ଷର ଆୟବ୍ୟୟ ଅଟକଳ ରଖିଥିଲେ।

ତେବେ ଗୋପପୁର କମିଟି ଏକ ସାଂଘାତିକ ଅଭିଯୋଗ ଆଣିଥିଲା। କଳାକାର, ସାଜସଜ୍ଜା ସମେତ ଅନ୍ୟ ବାବଦକୁ ଯେଉଁ ଟଙ୍କା ପୈଠ ହୋଇଛି, ତାହା ନକଲି ବିଲ୍‌ ଦ୍ବାରା କରାଯାଇଥିବା ଦୟାନିଧି ପ୍ରଧାନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ପ୍ରବଳ ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଏହି ମାମଲା ସତ ଥିଲେ ତୁରନ୍ତ ମାମଲା ରୁଜୁ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe