ବିଶ୍ୱ ମ୍ୟାଲେରିଆ ରିପୋର୍ଟ ଉନ୍ମୋଚିତ : ଓଡ଼ିଶାରେ ମ୍ୟାଲେରିଆ ହ୍ରାସ ଧାରା ଜାରି

Advertisment

କରୋନା କାଳରେ ଜୁଲାଇ ପର୍ଯ୍ୟନ୍ତ ବଢ଼ିଥିଲା ମ୍ୟାଲେରିଆ

କରୋନା କାଳରେ ଜୁଲାଇ ପର୍ଯ୍ୟନ୍ତ ବଢ଼ିଥିଲା ମ୍ୟାଲେରିଆ

୨୪ରେ ଏସିଆ ପ୍ୟାସିଫିକ୍ ଲିଡର୍ସ ମ୍ୟାଲେରିଆ ନିରାକରଣ ସମ୍ମିଳନୀ

nationalpoliticalmirror.com

ଭୁବନେଶ୍ୱର : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ ପକ୍ଷରୁ ନିକଟରେ ବିଶ୍ବ ମ୍ୟାଲେରିଆ ରିପୋର୍ଟ ଉନ୍ମୋଚିତ ହୋଇଛି। ଏଥିରେ ଭାରତ ସମେତ ଓଡ଼ିଶାରେ ମ୍ୟାଲେରିଆରେ ହ୍ରାସ ଦେଖିବାକୁ ମିଳିଛି।

୨୦୧୭ ମସିହା ତୁଳନାରେ ୨୦୧୮ରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ପ୍ରତିଶତ ହ୍ରାସ ହୋଇଥିଲା। ଗତବର୍ଷ ସମୁଦାୟ ୩୯,୫୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧୮ ତୁଳନାରେ ୪୦.୩୯ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ସେହିପରି ୨୦୧୭ ତୁଳନାରେ ୨୦୧୮ରେ ୮୭ ପ୍ରତିଶତ ପର୍ଯ୍ୟନ୍ତ ମ୍ୟାଲେରିଆ ମୃତ୍ୟୁରେ ହ୍ରାସ ଘଟିଛି। ସେହିପରି ବାର୍ଷିକ ପରଜୀବୀ ସୂଚକାଙ୍କ ବା ଏପିଆଇରେ ୨୦୧୮ ମସିହାରେ ୧.୪୮ ପ୍ରତିଶତ ଥିବା ବେଳେ ୨୦୧୯ରେ ଏହା ୦.୮୮ ପ୍ରତିଶତକୁ ଖସି ଆସିଛି। ତେବେ ୨୦୧୭ ମସିହାରେ ଏହା ୭.୭୬ ଓ ୨୦୧୬ ମସିହାରେ ୧୦.୦୬ ପ୍ରତିଶତ ରହିଥିଲା। ଏହାସହ ମ୍ୟାଲେରିଆ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ରେ ମଧ୍ୟ ହ୍ରାସ ନଜରକୁ ଆସିଛି। ୨୦୧୮ ମସିହାରେ ଟିପିଆର ୧.୦୮ ପ୍ରତିଶତ ଥିବା ବେଳେ ଗତବର୍ଷ ଏହା ୦.୬ ପ୍ରତିଶତକୁ ଖସି ଆସିଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ମୁତାବକ, ୨୦୧୮ ଓ ୨୦୧୯ରେ ରାଜ୍ୟରେ ମ୍ୟାଲେରିଆ ହ୍ରାସ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏଥିରେ ରାଜ୍ୟର ମ୍ୟାଲେରିଆପ୍ରବଣ ୧୭ଟି ଜିଲ୍ଲାରେ ୧.୧୩ କୋଟି ଔଷଧୀୟ ମଶାରୀ ବଣ୍ଟନ କରାଯାଇଥିଲା। ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ବା ‘ଦମନ’ କାର୍ଯ୍ୟକ୍ରମ ଜରିଆରେ ଅଧିକରୁ ଅଧିକ ସଂଖ୍ୟାରେ ଲୋକଙ୍କ ସ୍କ୍ରିନିଂ ଓ ନିୟମିତ ବ୍ୟବଧାନରେ ମ୍ୟାଲେରିଆ ନିରାକରଣ ନେଇ ସମୀକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ୫ ବର୍ଷରେ ଏଥିପାଇଁ ୨୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ତେବେ ଚଳିତବର୍ଷ କରୋନା ସଂକ୍ରମଣ ପାଇଁ ରାଜ୍ୟରେ ପୁଣିଥରେ ମ୍ୟାଲେରିଆ ବଢ଼ିବାକୁ ଆରମ୍ଭ କରିଥିଲା। ଜୁଲାଇ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ନଜରକୁ ଆସିଥିଲା ବିଭାଗ ପକ୍ଷରୁ ସ୍ବୀକାର କରାଯାଇଛି। ମାତ୍ର ଔଷଧୀୟ ମଶାରୀ ମାଲକାନଗିରି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବଣ୍ଟନ କରାଯିବା ପରେ ଆକ୍ରାନ୍ତଙ୍କ ସଂଖ୍ୟାରେ ପୂର୍ବମାସ ତୁଳନାରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe