ବିଶ୍ବ ମାତୃଦିବସ: ୮୮ ବର୍ଷୀୟା ମା’ଙ୍କ ସେବା କରୁଛନ୍ତି ସନ୍ନ୍ୟାସୀ ପୁଅ

Advertisment
ବିଶ୍ବ ମାତୃଦିବସ: ୮୮ ବର୍ଷୀୟା ମା’ଙ୍କ ସେବା କରୁଛନ୍ତି ସନ୍ନ୍ୟାସୀ ପୁଅ

ବାଲିକୁଦା : ସାରା ବିଶ୍ବରେ ପାଳିତ ହେଉଛି ବିଶ୍ବ ମାତୃ ଦିବସ। ମା’ ସହ ଫଟୋ ଉଠାଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛାଡ଼ି ନିଜକୁ କୃତ୍ୟକୃତ୍ୟ ମନେକରୁଛନ୍ତି। ଏଭଳି ସମୟରେ ଘର ଛାଡ଼ିଥିବା ଜଣେ ସନ୍ନ୍ୟାସୀ ୮୮ ବର୍ଷୀୟା ତାଙ୍କ ମା’ଙ୍କ ସେବା କରିବାର ଚିତ୍ର ସାମ୍‌ନାକୁ ଆସିଛି। ବଡ଼ଚଣା ବ୍ଲକ ସାଉଡ଼ିଆ ପଞ୍ଚାୟତ ସାଉଡ଼ିଆ ଗ୍ରାମର ମହିମା ଧର୍ମ ଆଶ୍ରମରେ ୧୧ ବର୍ଷ ହେବ ରହୁଛନ୍ତି ବାବା ନିରଞ୍ଜନ ଦାସ (୫୫)। ତାଙ୍କ ମା’ କ୍ଷଣପ୍ରଭା ଦେବୀଙ୍କୁ ସେ ୨୦୧୩ ମସିହାରୁ ନିଜ ପାଖରେ ରଖି ସେବା ଶୁଶ୍ରୂଷା କରୁଛନ୍ତି।

ବାବା ନିରଞ୍ଜନ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି। ଯୁବବୟସରୁ ସେ ମହିମା ଧର୍ମ ପ୍ରତି ଆକୃଷ୍ଟ ହୋଇ ଗୃହତ୍ୟାଗ କରିବା ସହ ଯୋରନ୍ଦା ଆଶ୍ରମରେ କିଛିଦିନ ବିତାଇଥିଲେ। ୨୦୧୧ ରୁ ସେ ଏହି ମଠରେ ରହିଛନ୍ତି। ପିଲା ଦିନରୁ ମା’ କ୍ଷଣପ୍ରଭା ଓ ସ୍ବର୍ଗତ ପିତା ମଧ୍ୟ ଏହି ଧର୍ମାବଲମ୍ବୀ ଥିଲେ। ବାବା ନିରଞ୍ଜନ ଭିକ୍ଷାବୃତ୍ତି କରି ଚଳୁଥିବା ବେଳେ ବୃଦ୍ଧା ମା’ଙ୍କ ସେବାଯତ୍ନରେ କେବେ ଅବହେଳା କରିନାହାନ୍ତି ବୋଲି ମା’ କ୍ଷଣପ୍ରଭା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe