Advertisment

ଆଜି ବିଶ୍ୱ ପଖାଳ ଦିବସ

Advertisment
ଆଜି ବିଶ୍ୱ ପଖାଳ ଦିବସ

ଭୁବନେଶ୍ୱର : ଓଡ଼ିଶାରେ ପଖାଳର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଥିପାଇଁ ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ। ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆଙ୍କ ପାଇଁ ମାର୍ଚ୍ଚ ୨୦ ତାରିଖ ହେଉଛି ଏକ ବିଶେଷ ଦିନ। କାରଣ ଏହି ଦିନଟକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଏ।

ସମୟକ୍ରମେ ଓଡିଆମାନଙ୍କ ଅନେକ ବିଶେଷତା ପାଶ୍ଚାତ୍ୟାଭୂମୁଖି ହେବା କାରଣରୁ ଲୋପ ପାଇଗଲାଣି, କିନ୍ତୁ ପଖାଳ ଆଜି ମଧ୍ୟ ନିଜର ଗାରିମା ବଜାୟ ରଖିଛି। ଖାଲି ଓଡିଶାରେ କାହିଁକି ପଶ୍ଚମବଙ୍ଗ, ଛତିଶଗଡ ଓ ଆସାମରେ ମଧ୍ୟ ପଖାଳର ଚାହିଦା ରହିଛି। ଆପଣ ଜାଣିଲେ ଚକିତ ହେବେ କି ଆମର ଇଷ୍ଟଦେବ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ବି ଏହା ଟଙ୍କ ତୋରାଣି ରୂପରେ ଭୋଗ ଲାଗି ହୋଇଥାଏ।

publive-image

ସାଧାରଣତଃ ଗୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ। ପଖାଳ ସାଙ୍ଗକୁ ବଡିଚୁରା କି ଭଜା ଟିକିଏ ହେଲେ ପୂରା ପେଟ ଶାନ୍ତି ହୋଇଯାଇଥାଏ। ଗରିବଙ୍କ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ କିଏ ବା ପଖାଳକୁ ଭଲ ନ ପାଏ। ଉଦୁଉଦିଆ ଖରାବେଳରେ କଂସାଏ ପଖାଳ ଖାଇଦେଲେ କଥା ସରିଲା। ସତେକି ଖରାଦିନର ଅମୃତ ଏହି ପଖାଳ।

ତେବେ, ପଖାଳ ଶଦ୍ଦଟି ‘ପାଲି’ ଭାଷାର ‘ପଖାଳିବା’ ଶଦ୍ଦରୁ ଆଦୃତ। ଯାହାର ଅର୍ଥ ହେଉଛି ଧୋଇବା। ସଂସ୍କୃତରେ ମଧ୍ୟ ଏହି ଭାଷାର ସାମଞ୍ଜସ୍ୟ ଦେଖିବାକୁ ମିଳେ। ତେବେ ମୋଟ ଉପରେ କହିବାକୁ ଗଲେ ପଖାଳର ଅର୍ଥ ଭାତକୁ ଧୋଇ ସୁସଂଜିତ କରିବା। ବୈଜ୍ଞାନିକ ପ୍ରମାଣ ଏହାକୁ ସ୍ପଷ୍ଟ କରିଛି ଯେ, ଭାତରେ ପାଣି ପକାଇ ରଖିଲେ ତାହା ଅଧିକ ସମୟ ଧରି ତିଷ୍ଟି ରହେ। ତାଛଡା ତାର ମାଧୁର୍ଯ୍ୟ ବଢିଯାଏ କାହିଁକି ନା,ସେଥିରେ ଅମ୍ଳିୟ ଗୁଣ ବୃଦ୍ଧି ପାଇଥାଏ। ପଖାଳ ଦିବସକୁ ଦୃଷ୍ଟିରେ ରଖି ଏବେ ତାରକା ହୋଟେଲରେ ମଧ୍ୟ ବିଭିନ୍ନ ପ୍ରକାରର ପଖାଳ ପ୍ରସ୍ତୁତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe