ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ରେକର୍ଡଧାରୀ ଲକ୍ଷ୍ମୀଧର ଭୂୟାଁ

Advertisment
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ରେକର୍ଡଧାରୀ ଲକ୍ଷ୍ମୀଧର ଭୂୟାଁ

ଭୁବନେଶ୍ୱର : ରେଜିମେଣ୍ଟାଲ ଆଡମିନିଷ୍ଟ୍ରେସନ୍-୭ର ଏସ୍‌ଆରଓ ଲେଫ୍‌ଟନାଣ୍ଟ କର୍ଣ୍ଣେଲ ଲକ୍ଷ୍ମୀଧର ଭୂୟାଁ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଅର୍ଧ ଗୋଲାକାର ଟ୍ରାକ୍‌ରେ ଆଖିରେ ପଟି ବାନ୍ଧି ଜାତୀୟ ପତାକା ଧରି ଗୋଟିଏ ମିନିଟ୍‌ରେ ୧୦୦ ମିଟର ଦୌଡ଼, ଆଖିରେ ପଟି ବନ୍ଧା ଅବସ୍ଥାରେ ୫‌ ସେକେଣ୍ଡରେ ୨୦ଫୁଟର ଶିଡ଼ିକୁ ଚଢ଼ିବା ଭଳି ରେକର୍ଡ ତାଙ୍କ ନାଁରେ ରହିଛି। ଏକାଧିକ ରେକର୍ଡର ଅଧିକାରୀ ଲେଫ୍‌ଟନାଣ୍ଟ କର୍ଣ୍ଣେଲ ଭୂୟାଁଙ୍କ ଉଲ୍ଲେଖନୀୟ ପ୍ରଦର୍ଶନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ୧୦ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ।

ଚଳିତମାସ ୧୫ତାରିଖରେ ଆର୍ମି ଦିବସରେ ଲେଫ୍‌ଟନାଣ୍ଟ କର୍ଣ୍ଣେଲ ଭୂୟାଁ ଭିନ୍ନକ୍ଷମ (୨୦%) ହେବା ସତ୍ବେ ଅବିରତ ଭାବେ ୧ଘଣ୍ଟା ୭ମିନିଟ୍‌ ଧରି ହେଡଷ୍ଟାଣ୍ଡ ଯୋଗ ଅବସ୍ଥାରେ ୧୩,୭୨୫ଥର ଗୋଇଠିରେ ନିଜର ନିତମ୍ବକୁ ହିଟ୍‌ କରିବାରେ ସଫଳ ହୋଇଥିଲେ। ଏଭଳି ରେକର୍ଡ ତାଙ୍କୁ ଗିନିଜ୍ ୱାଲର୍ଡ ରେକର୍ଡ, ଅନ୍ତର୍ଜାତୀୟ ବୁକ୍ ଅଫ ରେକର୍ଡ, ଏସିଆ ବୁକ ଅଫ ରେକର୍ଡ, ଇଣ୍ଡିଆ ବୁକ ଅଫ ରେକର୍ଡ, ଲିମ୍‌କା ବୁକ୍ ଅଫ ରେକର୍ଡ, ବେଷ୍ଟ ଅପ ଇଣ୍ଡିଆ ରେକର୍ଡ ଓ ଗୋଲଡେନ୍ ବୁକ୍ ଅଫ ରେକର୍ଡରେ ନିଜକୁ ସ୍ଥାନିତ କାରିପାରିଛନ୍ତି। ଏହାସହ ତାଙ୍କ ନାଁରେ ୮ଟି ବିଶ୍ବ ରେକର୍ଡ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe