world that existed 50 to 60 years ago is no longer there: Nalini Kanta Pradhan
ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ସୋମବାର ଏହି ସମ୍ମିଳନୀର ପ୍ରଥମ ଦିନର ତୃତୀୟ ଅଧିବେଶନରେ
ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଜଳବାୟୁ ଶାସନକୁ ଲୋକତାନ୍ତ୍ରିକ କରିବା ଶୀର୍ଷକ ଆଲୋଚନାରେ ଆଠମଲ୍ଲିକ ବିଧାୟକ ନଳିନୀ କାନ୍ତ ପ୍ରଧାନ କହିଲେ,ବିଗତ ୨ ବର୍ଷ ଧରି ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ଜାରି ରହିଛି। ୫୦ ରୁ ୬୦ ବର୍ଷ ତଳେ ଯେଉଁ ପୃଥିବୀ ଥିଲା ତାହା ଏବେ ନାହିଁ। ସମ୍ବାଦ ଏନେଇ ସଚେତନତା ସୃଷ୍ଟି କରୁଛି।
ଆମେ ଦୁଇ ବର୍ଷ ତଳେ ଆଠମଲ୍ଲିକରେ ପରିବେଶ କାର୍ଯ୍ୟକ୍ରମ ହାତକୁ ନେଇଥିଲୁ। ଆଠମଲ୍ଲିକର ଚାରିପଟେ ଖଣି ଓ ଶିଳ୍ପାଞ୍ଚଳ ଘେରି ରହିଛି। ଆମେ ଜଙ୍ଗଲକଟା ଏବଂ ବର୍ଜ୍ୟ ପରିଚାଳନା ପାଇଁ ଏହି ଜଳବାୟୁ କ୍ଲବ୍ କରି ପଦକ୍ଷେପ ଗ୍ରହଣ କରିଥିଲୁ। ଆମେ ମହାନଦୀରେ ଜମା ହେଉଥିବା ପ୍ଲାଷ୍ଟିକ୍କୁ ସଫା କରିବା କାର୍ଯ୍ୟ କରିଥିଲୁ।
ମୁଁ ଘୋଷଣା କରିଥିଲି ଯେ, ଯେଉଁ ପଞ୍ଚାୟତ ଭଲ ପ୍ରଦର୍ଶନ କରିବ ସେହି ପଞ୍ଚାୟତକୁ ଅନୁଦାନ ଦିଆଯିବ।ସେହିପରି ସ୍କୁଲ କ୍ଷେତ୍ରରେ ଗଉଛ ଲଗାଇବା ପାଇଁ କୁହାଯାଇଥିଲା। ଯେଉଁ ସ୍କୁଲ ଗଛ ଲଗାଇ କେତେ ଗଛ ଜୀବିତ ରହିଛି ତାହାର ହିସାବ ଦେବ ସେହି ସ୍କୁଲକୁ ପୁରସ୍କୃତ କରାଯିବ।
ଲଗାତାର ଜଙ୍ଗଲ କଟା ଯିବାରୁ ପରିବେଶ ବିଗିଡ଼ି ଯାଇଛି। ଉନ୍ନତି ନାମରେ ଆମେ ବହୁ ଗଛ କାଟିଛେ। ଏହାର ଫଳଫଳ ଆମେ ଭୋଗୁଛେ।
Follow Us