ବିଶ୍ବ ଦେଖିବ ଲୋଧା ଜନଜାତିଙ୍କ ସଂସ୍କୃତି, ପରମ୍ପରା

Advertisment
ବିଶ୍ବ ଦେଖିବ ଲୋଧା ଜନଜାତିଙ୍କ ସଂସ୍କୃତି, ପରମ୍ପରା

ଶୁଳିଆପଦା: ଆଦିମ ଜନଜାତି ଲୋଧା ସଂପ୍ରଦାୟକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଛି। ସରକାରଙ୍କର ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇ ପାରୁନଥିବାରୁ ଲୋଧାମାନଙ୍କ ବାସ୍ତବ ବିକାଶ ହୋଇପାରୁନି। ତେବେ ଲୋଧା ସଂପ୍ରଦାୟର ବିକାଶ ପାଇଁ ଅଣ୍ଟା ଭିଡ଼ିଛି ଓପିଲିପି ସଂସ୍ଥା। ଏହି ସଂସ୍ଥାର ଅନୁରୋଧକ୍ରମେ ନ୍ୟାସନାଲ ଜେଗ୍ରୋଫିକ୍ ଚ୍ୟାନେଲ୍‌ର, ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରୁ ଏକ ଟିମ୍‌ ୨ଦିନିଆ ଶୁଳିଆପଦା ବ୍ଲକ୍‌ ଗସ୍ତରେ ଆସି ବାଘଡ଼ା ପଞ୍ଚାୟତ ଅଧୀନ ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଗାଁ ଗଙ୍ଗାଶୋଳ ଲୋଧା ସାହିରେ ପହଞ୍ଚିଥିଲା।

ଲୋଧା ସଂପ୍ରଦାୟର ଜୀବନ ଜୀବିକା, ଚାଲିଚଳଣି, ପୂଜାପାଠ, ଦୈନନ୍ଦିନ ଜୀବନଚର୍ଯ୍ୟା, ପର୍ବପର୍ବାଣୀ ତଥା ଲୋଧା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ନିର୍ମିତ ସବାଇ ଘାସର ବିଭିନ୍ନ ଉତ୍ପାଦ ଉପରେ ପ୍ରାମାଣିକ ଚଳଚ୍ଚିତ୍ରର ସୁଟିଂ କରିଛି। ଏଫ୍‌ ଏନଜିଓ ମୁଖ୍ୟ ବିଜୟ କୁମାର ସ୍ବାଇଁ ଓ ଲୋଧା ଉନ୍ନୟନ କାର୍ଯ୍ୟକ୍ରମ ମ୍ୟାନେଜର ସବ୍ୟସାଚୀ ଦାଶଙ୍କ ତତ୍ତ୍ୱାବଧାନରେ ମମତା ଗ୍ରହାଚାର୍ଯ୍ୟ, ଓପିଲିପିର ଦୀପକ ମାର୍ଣ୍ଡିଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଗାଁରେ ପହଞ୍ଚିବା ପରେ ଅତିଥିମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ନ୍ୟାସନାଲ ଜାଗ୍ରୋଫି ଟିମ୍‌ର କ୍ରିଏଟିଭ ଡାଇରେକ୍ଟର ରିଷା ଅନନ୍ତ, ଗୁରୁବିନ୍ଦର ସିଂହ, ଅର୍ଜୁନ ସାହାଣୀ, ଅମିତ ସିଂହ, ମୋହିତ କୁମାର, ଭିଦୁସି ନେହେରା, ମାରିଆ ଡେନିସେ ବଲଡୁଜ୍ଜି, ଅଞ୍ଚିତ ମନୋଜ କାଞ୍ଚନ, ପ୍ରଦୀପ ସାହୁ, ନିଖିଲ ଚୌଧୁରୀ, ଅଭିଜିତ ପଟ୍ଟନାୟକ, ଆଶିଷ ସିଂହ ଗୌର୍, ରାକେଶ ରାୱତ, ସୁନିଲ ସେଠୀ, ବିପି ନହର ସିଂହ ପ୍ରମୁଖ ଚଳଚିତ୍ର ସୁଟିଂ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଶୁଳିଆପଦା ଓଆଇସି ମିନି ଭୋଇ, ଏଏସ୍‌ଆଇ ରସାନନ୍ଦ ମହାନ୍ତି ଓ ପୁଲିସ ଟିମ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe