ବିଶ୍ୱ ଯୁବ ଦକ୍ଷତା ଦିବସ: ନୂଆପିଢ଼ିଙ୍କ ପାଇଁ ଦକ୍ଷତା ବିକାଶ ଏକ ରାଷ୍ଟ୍ରୀୟ ଆବଶ୍ୟକତା: ପ୍ରଧାନମନ୍ତ୍ରୀ

Advertisment

ଦେଶରେ ସଶକ୍ତ ଅର୍ଥନୀତି ପାଇଁ ଦକ୍ଷ ଯୁବ ମାନବ ସମ୍ବଳ ଜରୁରୀ : ଧର୍ମେନ୍ଦ୍ର

ଦେଶରେ ସଶକ୍ତ ଅର୍ଥନୀତି ପାଇଁ ଦକ୍ଷ ଯୁବ ମାନବ ସମ୍ବଳ ଜରୁରୀ : ଧର୍ମେନ୍ଦ୍ର

ବିଶ୍ୱ ଯୁବ ଦକ୍ଷତା ଦିବସ: ନୂଆପିଢ଼ିଙ୍କ ପାଇଁ ଦକ୍ଷତା ବିକାଶ ଏକ ରାଷ୍ଟ୍ରୀୟ ଆବଶ୍ୟକତା: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ନୂଆପିଢ଼ିର ଯୁବକଙ୍କ ପାଇଁ ଦକ୍ଷତା ବିକାଶ ଏକ ରାଷ୍ଟ୍ରୀୟ ଆବଶ୍ୟକତା ଏବଂ ଆତ୍ମନିର୍ଭର ଭାରତର ବଡ଼ ଆଧାର । ବିଗତ ୬ ବର୍ଷରେ ଯେଉଁ ଆଧାର ଏବଂ ଯେଉଁ ନୂଆ ସଂସ୍ଥାନ ହୋଇଛି ସେହି ସାମୂହିକ ଶକ୍ତିକୁ ଏକାଠି କରି ଆମକୁ ନୂଆ କରି ସ୍କିଲ୍ ଇଣ୍ଡିଆ ମିସନକୁ ଗତି ଦେବାକୁ ହେବ। ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଦେଶର ଯୁବ ବର୍ଗଙ୍କୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯୁବ ବର୍ଗଙ୍କ ଦକ୍ଷତା ଜରିଆରେ ‘ଆତ୍ମନିର୍ଭର ଭାରତ’ ଗଠନ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି।

ଏଥିରେ ଯୋଗ ଦେଇ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ‘ସ୍କିଲ ଇଣ୍ଡିଆ ମିସନ’କୁ ୬ ବର୍ଷ ପୂରଣ ହୋଇଥିବା ବେଳେ ଦେଶରେ ସଶକ୍ତ ଅର୍ଥନୀତି ପାଇଁ ଦକ୍ଷ ଯୁବ ମାନବ ସମ୍ବଳ ଜରୁରୀ। କରୋନା ମହାମାରୀ ସମୟରେ ବିଶ୍ୱ ଚାପରେ ଥିବା ସମୟରେ ସ୍କିଲିଂ, ରିସ୍କିଲିଂ ଏବଂ ଅପ୍ ସ୍କିଲିଂର ଆବଶ୍ୟକତା ବଢ଼ିଛି । କୋରୋନା ସମୟରେ ଦେଶରେ ସ୍ୱାସ୍ଥ୍ୟଗତ ଢାଞ୍ଚାକୁ ପରିବର୍ତନ କରାଯାଇଥିବା ବେଳେ ଅକ୍ସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷ ମାନବ ସମ୍ବଳର ଚାହିଦା ବୃଦ୍ଧି ପାଇଛି। ଲକ୍‌ଡାଉନ ସମୟରେ ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଏଥିରୁ ମୁକୁଳିବା ପାଇଁ ଦକ୍ଷ ମାନବ ସମ୍ବଳ ଦରକାର ଏବଂ ଏହାକୁ ଭାରତ ସରକାର ପ୍ରାଥମିକତା ଦେଇଥିବା ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଦକ୍ଷ ଯୁବ ମାନବ ସମ୍ବଳ ସୃଷ୍ଟି କରିବା ସହ ସହ ସୋମାନଙ୍କୁ ରୋଜଗାର ସହ ଯୋଡ଼ିବାରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ୭୫ଟି ନୂଆ ‘ଜନ ଶିକ୍ଷଣ ସଂସ୍ଥାନ’ର ଶୁଭାରମ୍ଭ କରିଥିଲେ। ଡିଜି ଲକରର ସହଯୋଗରେ ଏହି ଶିକ୍ଷଣ ସଂସ୍ଥାନ ସମେତ ବିଭିନ୍ନ ନୂତନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଆଜି ଶୁଭାରମ୍ଭ ହୋଇଯାଇଥିବା ନୂଆ କାର୍ଯ୍ୟକ୍ରମ ଦେଶର ସ୍କିଲ୍ ଇକୋସିଷ୍ଟମକୁ ସୁଦୃଢ଼ କରିବ ଏବଂ ତୃଣମୂଳ ସ୍ତରରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶରେ ସହଯୋଗ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe