କେନ୍ଦୁଝର ରଥ ସବୁଠୁ ବଡ଼

Advertisment
କେନ୍ଦୁଝର ରଥ ସବୁଠୁ ବଡ଼

କେନ୍ଦୁଝର : କେନ୍ଦୁଝର ବଳଦେବ ଜିଉଙ୍କ ରଥ ବିଶ୍ବର ସବୁଠାରୁ ବଡ଼ ଜଗନ୍ନାଥ ରଥ ବୋଲି ଗ୍ଲୋବାଲ ରେକର୍ଡସ ଆଣ୍ଡ ରିସର୍ଚ ଫାଉଣ୍ଡେସନ ଘୋଷଣା କରିଛି। ଏଥିସହିତ ଏସିଆ ପେସିଫିକ୍ ରେକର୍ଡସ ଓ ଇଣ୍ଡିଆନ ନ୍ୟାସନାଲ୍ ରେକର୍ଡସ ସଂସ୍ଥା ମଧ୍ୟ ଏହାକୁ ସର୍ବୋଚ୍ଚ ରଥର ମାନ୍ୟତା ଦେଇଛି। ଏହା ପୁରୀ ରଥଠାରୁ ମଧ୍ୟ ଉଚ୍ଚତମ ବୋଲି ସମ୍ପୃକ୍ତ ସଂସ୍ଥା କହିଛି।

କେନ୍ଦୁଝରର ବଳଦେବଜିଉଙ୍କ ରଥ ବିଶ୍ବର ସବୁଠାରୁ ବୃହତ୍ତମ ଜଗନ୍ନାଥ ରଥ ବୋଲି ଜିଲ୍ଲା ପ୍ରଶାସନ ଦାବି କରୁଥିଲା। ଏହି ମାନ୍ୟତା ପାଇବା ପାଇଁ ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଥିଲା। ଆବେଦନକୁ ଗ୍ରହଣ କରି ଗତ ୨୫ ତାରିଖରେ ଗ୍ଲୋବାଲ ରେକର୍ଡସ ଆଣ୍ଡ ରିସର୍ଚ ଫାଉଣ୍ଡେସନର ମୁଖ୍ୟ ମନମୋହନ ରାୱତ କେନ୍ଦୁଝର ଗସ୍ତରେ ଆସି ବଳଦେବ ଜିଉଙ୍କ ରଥର ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କିତ ରିପୋର୍ଟ ‌ସେ ରିସର୍ଚ କମିଟିକୁ ଦେଇଥିଲେ। କେନ୍ଦୁଝର ବଳଦେବ ଜିଉଙ୍କ ରଥର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ପ୍ରସ୍ଥ ୪୫ ଫୁଟ। କେନ୍ଦୁଝର ରଥ ସର୍ବୋଚ୍ଚ ରଥ ବୋଲି ଘୋଷଣା ହେବା ପରେ ଆବେଦନକାରୀ ତଥା କେନ୍ଦୁଝର ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଆନନ୍ଦ ପ୍ରକାଶ କରିଛନ୍ତି। ଖୁବଶୀଘ୍ର ଏହାକୁ ଗିନିଜ୍ ବୁକ୍‌ସ ଅଫ୍‌ ରେକର୍ଡରେ ସ୍ଥାନ ଦେବା ପାଇଁ ଆବେଦନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe