ଅଙ୍ଗନବାଡ଼ି ବାଦାମରେ ପୋକ

Advertisment
ଅଙ୍ଗନବାଡ଼ି ବାଦାମରେ ପୋକ

ଛତିଆ : ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଚମ୍ପାପୁର ପଞ୍ଚାୟତ ବଢ଼େଇ ସାହିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଛତୁଆରୁ ଚୋକଡ଼ ବାହାରୁଥିବା ବେଳେ ବାଦାମ ପ୍ୟାକେଟ୍‌ରେ ପୋକ ସାଲୁବାଲୁ ହେଉଛନ୍ତି। ଏହି କେନ୍ଦ୍ରର ସ୍ଥାୟୀଗୃହ ନଥିବାରୁ ଦାୟିତ୍ବରେ ଥିବା ଅଙ୍ଗନବାଡ଼ି କର୍ମୀ ନିଜଘରେ ପିଲାମାନଙ୍କୁ ବସାଉଛନ୍ତି। ଏହି କେନ୍ଦ୍ରପାଇଁ ଯାହା ଖାଦ୍ୟ ଆସୁଛି ତାହାକୁ ନିଜ ଘରେ ରଖନ୍ତି। ଦୁଇଦିନ ତଳେ ଏହି ଅଙ୍ଗନବାଡ଼ି କେନ୍ଦ୍ରକୁ ଦିଆଯାଇଥିବା ବାଦାମ ପ୍ୟାକେଟ୍‌ରେ ପୋକ ସାଲୁବାଲୁ ହେଉଥିବା ଦେଖି ଅସନ୍ତୋଷ ପ୍ରକାଶ ପାଇଥିଲା।

ଖାଦ୍ୟ ପ୍ରସ୍ତୁତ କରିଥିବା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ହରିପୁର ଗ୍ରାମର ମା’ ସନ୍ତୋଷୀ ସ୍ବୟଂ ସହାୟିକ ଗୋଷ୍ଠୀ ପକ୍ଷରୁ ଏହି ବାଦାମ ପ୍ୟାକେଟ୍‌ ପ୍ରସ୍ତୁତ କରାଯାଇ ସେମାନଙ୍କୁ ଦିଆଯାଉଛି ବୋଲି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା କହିଥିଲେ। ଏବିଷୟରେ ବଡ଼ଚଣା ବ୍ଲକ୍‌ ଶିଶୁ ବିକାଶ ଅଧିକାରୀଙ୍କୁ ପଚାରିବାରୁ ତାଙ୍କ ନିକଟରେ କୌଣସି ଖବର ନାହିଁ ବୋଲି କହିଥିଲେ। ତେବେ ବି ସେ ଏବିଷୟରେ ତଦନ୍ତ କରିବେ ବୋଲି କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe