୩ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୬୭ ଜଣ

Advertisment

ରାଜ୍ୟରେ ହସ୍ପିଟାଲ ଆଇସୋଲେସନ୍‌ରେ ଅଛନ୍ତି ୬୮, ଏଯାଏ ୨୯୭ଟି ନମୁନାରୁ ୨୯୪ ନେଗେଟିଭ୍‌

ରାଜ୍ୟରେ ହସ୍ପିଟାଲ ଆଇସୋଲେସନ୍‌ରେ ଅଛନ୍ତି ୬୮, ଏଯାଏ ୨୯୭ଟି ନମୁନାରୁ ୨୯୪ ନେଗେଟିଭ୍‌

ମନର ଦୀପ ଜଳାଇବା

The New Dawn Liberia

ଭୁବନେଶ୍ବର : ରାଜ୍ୟରେ ଏବେ ସୁଦ୍ଧା ୩ଜଣ କରୋନା(କୋଭିଡ-୧୯) ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏହି ୩ଜଣ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୧୬୭ଜଣ ଲୋକ ଆସିଥିବା ଚିହ୍ନଟ କରିଛି ସ୍ବାସ୍ଥ୍ୟ ବିଭାଗ। ସେମାନଙ୍କ ମଧ୍ୟରୁ ୧୩୧ଜଣଙ୍କୁ ନିୟମିତ ଫଲୋଅପ୍ ଜାରି ରହିଛି। ପୂର୍ବରୁ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୬ଜଣ ସେମାନଙ୍କ ୧୪ଦିନର ସଙ୍ଗରୋଧ ଶେଷ କରି ସାରିଛନ୍ତି। ୮ଟି ମନଟରିଂ ଦଳ ଏହି ବ୍ୟକ୍ତିଙ୍କ ପାଇଁ କାର୍ଯ୍ୟ କରୁଛି। କୋଭିଡ-୧୯ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୬୮ଜଣ ବ୍ୟକ୍ତିଙ୍କୁ ହସ୍ପିଟାଲର ଆଇସୋ‌ଲେସନ୍‌ରେ ରଖାଯାଇଛି।

ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୯୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ତହିଁରୁ ୨୯୪ଟି ନମୁନା ନେଗେଟିଭ୍ ରହିଛି। ଆଜି ଦିନ ୧୨ଟା ପର୍ଯ୍ୟନ୍ତ ୭୧ଟି ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ସମସ୍ତ ନମୁନା ନେଗେଟିଭ୍ ରହିଛି। ସେହିପରି ୧୦୪ ସହାୟତା ନମ୍ବର ଓ ପୋର୍ଟାଲରେ ଏ ପର୍ଯ୍ୟନ୍ତ ୮୫୮୧ ଜଣ ନିଜର ପଞ୍ଜୀକରଣ କରିଛନ୍ତି। ଗତ ୨୪ଘଣ୍ଟା ଭିତରେ ୧୦୪ ସହାୟତା ନମ୍ବରକୁ ୧୬୩୭୪ଟି କଲ୍‌ ଆସିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe