ଦ୍ରୌପଦୀଙ୍କ ବିଜୟ ପାଇଁ ପାହାଡ଼ ଶିଖରରେ ପୂଜାର୍ଚ୍ଚନା

Advertisment
ଦ୍ରୌପଦୀଙ୍କ ବିଜୟ ପାଇଁ ପାହାଡ଼ ଶିଖରରେ ପୂଜାର୍ଚ୍ଚନା

ବାଦାମପାହାଡ଼ : ସୋମବାର ଥିଲା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ଗ୍ରହଣ। ଆଉ ଏପଟେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ତାଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ହୋଇଥିଲା। ତାଙ୍କ ନିଜ ଘରଠାରୁ ମାତ୍ର ୨ କିମି ଦୂର ଧାଙ୍ଗୁଡ଼ିମୁତା ପଞ୍ଚାୟତର ୫୦୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ବାଦାମପାହାଡ଼ ଶୀର୍ଷରେ ଖୋଲା ଆକାଶ ତଳେ ଦିନତମାମ ପୂଜାପାଠ କରିବା ଚର୍ଚ୍ଚାର ବିଷୟ ପାଲଟିଛି।

ପାହାଡ଼ ଉପରେ ଥିବା ଆଦିବାସୀଙ୍କ ଉପାସନା ପୀଠ ‘ଜାହିରା’ରେ ପୂଜାର୍ଚ୍ଚନା କରିବା ସହିତ ଦ୍ରୌପଦୀ ମୁର୍ମୁଙ୍କ ଶୁଭ ମନାସିଥିଲେ ଗ୍ରାମର ନାୟକେ ବାବା। ମାଟିର ଝିଅ ଯେମିତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବେ, ସେଥିପାଇଁ ସମସ୍ତେ ଆଶୀର୍ବାଦ ଭିକ୍ଷା କରିଥିଲେ। ଏଥିସହ ବାଦାମପାହାଡ଼ ନିକଟସ୍ଥ ବନଦୁର୍ଗା ମନ୍ଦିରଠାରେ ମଧ୍ୟ ଦିନତମାମ ପୂଜାର୍ଚ୍ଚନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe