କୂଅ ଭିତରୁ ବିବାହିତା ମହିଳାଙ୍କ କ୍ଷତାକ୍ତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

Advertisment
କୂଅ ଭିତରୁ ବିବାହିତା ମହିଳାଙ୍କ କ୍ଷତାକ୍ତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଶାର୍ଗୁଣାପଲ୍ଲୀ ଗ୍ରାମ ବିଲମାଳ ନିକଟ କୂଅ ଭିତରୁ ବୁଧବାର ଜଣେ ବିବାହିତାଙ୍କ କ୍ଷତାକ୍ତ ଶବ ଉଦ୍ଧାର ହୋଇଛି। ମୃତକଜଣକ ହେଲେ, ଉକ୍ତ ଗ୍ରାମର କବି ନାହାକଙ୍କ ପତ୍ନୀ ନାରୁଶୁ (୩୦)। ସୂଚନାନୁସାରେ, ମୃତକ ନାରୁଶୁଙ୍କ ସ୍ବାମୀ କବି ବିଦେଶରେ ରହି କାମ କରୁଛନ୍ତି। ନାରୁଶୁ ଏଠାରେ ତାଙ୍କର ୪ ସନ୍ତାନକୁ ନେଇ ଶାଶୁ ରମା ଓ ଶ୍ୱଶୁର ଗାଣ୍ଡୁ ନାହାକଙ୍କ ସହ ରହୁଥିଲେ। ଦିନମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ।

publive-image

ଗତ ସୋମବାର ମଧ୍ୟାହ୍ନରେ ସେ ଶାଗ ତୋଳିବାକୁ ଯାଉଛନ୍ତି କହି ଘରୁ ବାହାରିଥିଲେ। ସନ୍ଧ୍ୟା ସୁଦ୍ଧା ଫେରି ନଥିଲେ। ଫଳରେ ଶାଶୂଶ୍ବଶୁର ବ୍ୟସ୍ତବିବ୍ରତ ହୋଇ ନାରୁଶୁଙ୍କୁ ଖୋଜାଖୋଜି କରିଥିଲେ ହେଁ, ତାଙ୍କୁ ଠାବ କରିପାରି ନଥିଲେ। ବୁଧବାର ସକାଳେ ଗାଁଠୁ ଏକ କିଲୋମିଟର ଦୂର ବିଲମାଳ କୂଅରେ ନାରୁଶୁଙ୍କ ଶବ ମିଳିଥିଲା। ନାଇଡ଼ୁପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତି ଏନେଇ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। କୂଅର କିଛି ଦୂର ଧାନଗଦା ନିକଟରୁ ନାରୁଶୁଙ୍କ ଚପଲ୍ ମିଳିଥିବା ବେଳେ ସେଠାରେ ରକ୍ତଛିଟା ବି ପଡ଼ିଛି। ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ, ଗଞ୍ଜାମ ଅତିରିକ୍ତ ଏସ୍‌.ପି ଠାକୁର ପ୍ରସାଦ ପାତ୍ର ଓ ପୁରୁଷୋତ୍ତମପୁର ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ପହଞ୍ଚି ତଦନ୍ତ କରିଥିଲେ। ଏନେଇ କେସ୍ ନମ୍ବର ୨୬ ଅନୁସା‌ରେ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe