କାକିନାଡ଼ାରେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା

Advertisment
କାକିନାଡ଼ାରେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେବା ପରେ ଏହା ଗତ ୬ ଘଣ୍ଟା ମଧ୍ୟରେ ୧୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥିଲା। ଆଜି ସକାଳ ୫ଟା ୩୦ ମିନିଟ୍ ସମୟରେ ବିଶାଖାପାଟନମଠାରୁ ପ୍ରାୟ ୧୨୦ କିଲୋମିଟର ପ୍ରାୟ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ, କାକିନାଡା (ଆନ୍ଧ୍ରପ୍ରଦେଶ) ଏବଂ ନରସାପୁର (ଆନ୍ଧ୍ରପ୍ରଦେଶ)ର ପୂର୍ବ-ଉତ୍ତର-ପୂର୍ବରେ ୧୦୦କିଲୋମିଟର ଦୂରରେ ଏହା କେନ୍ଦ୍ରିତ ହୋଇଥିଲା। ଏହାପରେ ସକାଳ ସାଢେ ୬ଟାରୁ ସାଢେ ୭ଟା ଭିତରେ ତାହା କାକିନାଡ଼ାରେ ସ୍ଥଳଭାଗ ଅତିକ୍ରମ କରିଛି।

ଏବେ ସେଠାରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ରହିଥିବା ଜଣାଯାଇଛି। ଏଥିଲାଗି ଆନ୍ଧ୍ରପ୍ରଦେଶର କାକିନାଡ଼ା ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାର ସୂଚନା ମିଳିଛି।

publive-image

ଏଣେ ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ାରେ ବର୍ଷାର ମାତ୍ର ଅଧିକ ରହିବ ବୋଲି କୁହାଯାଉଛି। ଏସବୁ ଜିଲ୍ଲାରେ ବର୍ଷାର ପରିମାଣ ବଢିଛି।  ଇତିମଧ୍ୟରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିବା ଜଣାଯାଇଛି । ଏଣେ କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଆଦି ଜିଲ୍ଲାରେ ବି ବର୍ଷା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe