ଆର୍ତ୍ତତ୍ରାଣଙ୍କୁ ଗିରଫ ଦାବି କଲେ ବିଶିଷ୍ଟ ଲେଖିକା ପ୍ରତିଭା ରାୟ

Advertisment
ଆର୍ତ୍ତତ୍ରାଣଙ୍କୁ ଗିରଫ ଦାବି କଲେ ବିଶିଷ୍ଟ ଲେଖିକା ପ୍ରତିଭା ରାୟ

ଜଗତସିଂହପୁର ଟାଉନ୍ :  କରୋନା ମହାମାରୀ ସମୟରେ ଏଭଳି ଭଣ୍ତ ବାବା ଅନ୍ଧ ବିଶ୍ବାସ ତିଆରି କରି ସାଧାରଣ ଲୋକଙ୍କ ମନସ୍ତତ୍ତ୍ବକୁ ନେଇ ଖେଳ ଖେଳୁଛନ୍ତି। ତେଣୁ ତୁରନ୍ତ ଆର୍ତ୍ତତ୍ରଣଙ୍କୁ ଗିରଫ କରିବା ପାଇଁ ଜ୍ଞାନପୀଠ ବିଜୟିନୀ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଦାବି କରିଛନ୍ତି।

ସେ କହିଛନ୍ତି ଯେ,  ଗମ୍ଭୀର ପରିସ୍ଥିତିରେ ସରକାର କରୋନା ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। କିନ୍ତୁ ଏତିକିବେଳେ ଏଭଳି ଆତ୍ମଘୋଷିତ ବାବାଙ୍କ ଦାବି ଲୋକଙ୍କୁ ବିଭ୍ରାନ୍ତ କରୁଛି। ଅନ୍ୟପଟେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ଯେ,  ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପୁଲିସ ପ୍ରଶାସନକୁ କହିଛନ୍ତି। ଜଗତସିଂହପୁର ଏସ୍‌ପି ପ୍ରକାଶ ଆର୍ କହିଛନ୍ତି ଯେ, ଏଥିପ୍ରତି ଦୃଷ୍ଟି ଦିଆଯାଉଛି ଏବଂ  ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe