ନବୀନ ନିବାସ ଯିବାଟା ଭୁଲ ଥିଲା: ବିରୋଧୀ ଦଳ ନେତା

Advertisment

ବିଜେପି ବିଧାୟକ ଦଳରେ ଫାଟ, କକ୍ଷ ତ୍ୟାଗ କଲେ ଜୟନାରାୟଣ

ବିଜେପି ବିଧାୟକ ଦଳରେ ଫାଟ, କକ୍ଷ ତ୍ୟାଗ କଲେ ଜୟନାରାୟଣ

ବିରୋଧୀ ଦଳ ନେତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

News18.com

ଭୁବନେଶ୍ବର : ବିଧାନସଭା ଅଧିବେଶନ ଚାଲିଛି ଅଥଚ ମୁଖ୍ୟମନ୍ତ୍ରୀ ଗୃହକୁ ଆସୁନାହାନ୍ତି। ଅନ୍ୟ ସବୁ ଆଡ଼େ ମୁଖ୍ୟମନ୍ତ୍ରୀ ଯାଉଛନ୍ତି। ଗୃହକୁ ଆସିବାରେ ଅସୁବିଧା କ'ଣ ଅଛି? ଧାନ କିଣା ପ୍ରସଙ୍ଗରେ ଗୃହର ଅଚଳାବସ୍ଥା ଦୂର କରିବା ଲାଗି ଗତକାଲି ନବୀନ ନିବାସ ଯାଇଥିଲୁ। ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କଲୁ। ମୁଖ୍ୟମନ୍ତ୍ରୀ ଡାକିବାରୁ ନବୀନ ନିବାସ ଗଲୁ। କିନ୍ତୁ ଏହା କରିବାଟା ଭୁଲ ଥିଲା। ଆଜି ବିଧାନସଭା ଅପରାହ୍ନ ଅଧିବେଶନରେ ଗୃହରେ ଏପରି ଅନୁଶୋଚନା ପ୍ରକାଶ କରିଛନ୍ତି ନିଜେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଖାଲି ସେତିକି ନୁହେଁ, ବାଚସ୍ପତି କହିବାକୁ ସୁଯୋଗ ନ ଦେବାରୁ ଗୃହ ମଧ୍ୟଭାଗରେ କଳା କପଡ଼ା ମୁହଁରେ ବାନ୍ଧି ବିଜେପି ବିଧାୟକମାନେ ଧାରଣା ଦେଇଥିଲେ।

ଶୁକ୍ରବାର ପ୍ରଶ୍ନକାଳ ପରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଧାନ କିଣା ନେଇ ଗୃହରେ ବିବୃତି ରଖିଥିଲେ। ମନ୍ତ୍ରୀ ବିବୃତି ରଖୁଥିବାବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଅସନ୍ତୁଷ୍ଟ ହୋଇ କକ୍ଷତ୍ୟାଗ କରିଥିଲେ। ତାଙ୍କ ସହିତ ଆଉ କେତେଜଣ ବିଧାୟକ ବି କକ୍ଷତ୍ୟାଗ କରିଥିଲେ। କିନ୍ତୁ ଗୃହରେ ବସି ରହିଲେ ବିରୋଧୀ ଦଳ ନେତା ଶ୍ରୀ ନାଏକଙ୍କ ସମେତ ବିରୋଧୀ ଦଳ ଉପନେତା ଓ ବିରୋଧୀ ଦଳ ମୁଖ୍ୟ ସଚେତକ, ଅନ୍ୟ ବିଧାୟକମାନେ। ଏହା ହିଁ ସଙ୍କେତ ଦେଲା ଯେ ବିଜେପି ବିଧାୟକ ଦଳ ଏହି ପ୍ରସଙ୍ଗରେ ଦୁଇଭାଗ ହୋଇଯାଇଛନ୍ତି। ସ୍ଥିତି ଏମିତି ହୋଇଥିଲା ଯେ ଏଭଳି ଅସ୍ବାଭାବିକ ସ୍ଥିତିକୁ ଏଡ଼ାଇବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ନାଏକ କକ୍ଷତ୍ୟାଗ କରିଥିବା ନିଜ ବିଧାୟକମାନଙ୍କୁ ବୁଝାଇ ଫେରାଇ ଆଣିବାକୁ ଗୃହ ବାହାରକୁ ଯିବାକୁ ପଡ଼ିଥିଲା।

ପରେ ଗୃହକୁ ଫେରି ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ, ୬ ଦିନ ହେଲାଣି ଗୃହ ଅଚଳ ହେଲାଣି। ଏଥିପାଇଁ ଶାସକ ଦଳ ହିଁ ଦାୟୀ। ଶାସକଦଳର ବିଧାୟକମାନେ ଏପରିକି ମନ୍ତ୍ରୀମାନେ ବି ଗୃହ ମଧ୍ୟଭାଗରେ ନାରାବାଜି କରିଲେ। ଚାଷୀଙ୍କ ଧାନ କିଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବୋଲି ଯାହା କୁହାଯାଇଥିଲା ତାହା ସ୍ଥାନ ପାଇନାହିଁ। ପୁଣି ଥରେ ଆମକୁ ପ୍ରତାରଣା କରାଯାଇଛି। ଗତକାଲି ବିଜେପି ବିଧାୟକମାନେ ନବୀନ ନିବାସ ଗଲାବେଳେ ରାଜ୍ୟ ସରକାରଙ୍କର ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ପାପ ଧୋଇବାକୁ ଯାଉଥିବା ନେଇ ଗଣମାଧ୍ୟମରେ ଟିପ୍ପଣୀ କଲେ। ମୁଖ୍ୟମନ୍ତ୍ରୀ ଗୃହକୁ ଆସୁନାହାନ୍ତି। ଗୃହରେ ସମାଧାନର ବାଟ ବାହାରିପାରୁନି। ଏଥିପାଇଁ ବିଧାୟକମାନେ ଯାଇଥିଲେ। କିନ୍ତୁ ଜଣେ ମନ୍ତ୍ରୀ ଯେପରି ଟିପ୍ପଣୀ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ବିଜେପି କେବେ ବି ଦୋ ମୁହାଁ ନୀତି ଆପଣାଇନାହିଁ। ଯୋଗାଣ ମନ୍ତ୍ରୀ ଯାହା ବିବୃତି ରଖିଛନ୍ତି ସେଥିରେ ନୂତନତ୍ବ କିଛି ନାହିଁ। ବିଜେଡି-ବିଜେପି ଭାଇ ଭାଇ ବୋଲି କୁହାଯାଉଛି। ଅସଲ କଥା ହେଲା, କଂଗ୍ରେସ ବିଜେଡିର ବି-ଟିମ୍‌ ପରି କାର୍ଯ୍ୟ କରୁଛି। ବିରୋଧୀ ଦଳ ନେତା ଏହି କହିବା ପରେ ବିଜେପି ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ।
ଗୃହ ବାହାରେ ଏହି ପ୍ରସଙ୍ଗରେ ବିରୋଧୀ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ଗତକାଲି ନବୀନ ନିବାସରେ ବିଜେପି ବିଧାୟକମାନଙ୍କୁ ଅପମାନ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ବିଜେପି ବିଧାୟକମାନେ ଅପମାନିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe