ଗ୍ରାମାଂଚଳ ରାସ୍ତାରୁ ବି ଶୋଚନୀୟ ଜାତୀୟ ରାଜପଥର ଅବସ୍ଥା

Advertisment
ଗ୍ରାମାଂଚଳ ରାସ୍ତାରୁ ବି ଶୋଚନୀୟ ଜାତୀୟ ରାଜପଥର ଅବସ୍ଥା

ଜୟପୁର: ଗତ ଦେଢ଼ ବର୍ଷ ହେବ ବାରିଣୀପୁଟ ଠାରୁ ବୋରିଗୁମ୍ମା ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୬ର ପ୍ରଶସ୍ତି ଓ ନବୀକରଣ କାମ ଚାଳିଛି। ବହୁ କଷ୍ଠରେ କାମ ଧିରେ ସୁସ୍ଥେ ଚାଳିଛ। ସଂପ୍ରତି ଗତ କିଛି ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଉମୁରୀ ଓ ଉମୁରୀ ଡିଷ୍ଟଲାରୀ, କୁମୁଲିପୁଟ, ଜୟନ୍ତଗିରୀ ନିକଟରେ ରାସ୍ତା ଅବସ୍ଥା ନ କହିବା ଭଲ।

ଏହି ରାସ୍ତା ଦେଇ ଯିବା-ଆସିବା କରୁଥିବା ଲୋକେ ଗାଁ ରାସ୍ତା ଠାରୁ ବି ଏହି ରାସ୍ତା ଭଲ ଥିବ ବୋଲି କୁହାକୁହି ହେଉଛନ୍ତି। ଉମୁରୀ ଡିଷ୍ଟଲାରୀରୁ ବ୍ରିଜ ପର୍ଯ୍ୟନ୍ତ ରାସ୍ତା ମରାମତି କରାଯାଉ ନଥିବା ବେଳେ ବର୍ଷା ହୋଇ ପାଣି ଜମା ହୋଇ ମାତ୍ର ୫୦୦ମିଟରରେ ୫୦୦ଗର୍ତ୍ତ ସୃଷ୍ଟି ହୋଇଛି। ଅଳ୍ପ ରାସ୍ତାକୁ ଲୋକଙ୍କୁ ଅତିକ୍ରମ କରିବାକୁ ଅତିକମରେ ୧୫ମିନିଟ ସମୟ ଲାଗୁଛି ଏବଂ ଛୋଟ ବଡ଼ ଦୁର୍ଘଟଣା ନିୟମିତ ପାଲଟିଛି। ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେବା ପାଇଁ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe