Advertisment

ମହାଆଡ଼ମ୍ବରରେ ପାଳିତ ହେଲା ଯୀଶୁଙ୍କ ଜନ୍ମଦିନ

Advertisment
ମହାଆଡ଼ମ୍ବରରେ ପାଳିତ ହେଲା ଯୀଶୁଙ୍କ ଜନ୍ମଦିନ

ଘୁ.ଉଦୟଗିରି: ଖ୍ରୀଷ୍ଟ ସମ୍ପ୍ରଦାୟର ମହାପର୍ବ ସବୁଠାରୁ ବଡ ଉତ୍ସବ ‘ବଡ଼ଦିନ’ ମହାଆଡ଼ମ୍ବରରେ ସ୍ଥାନୀୟ ଅଞ୍ଚଳରେ ପାଳିତ ହୋଇଯାଇଛି। ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାର୍ଥନା ଗୃହ ଓ ଚର୍ଚ୍ଚ ଗୁଡ଼ିକ ରଙ୍ଗ ବେରଙ୍ଗର ବିଭିନ୍ନ ଆଲୋକ ମାଳରେ ସୁସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା।

publive-image

ମୁଖ୍ୟତଃ ସ୍ଥାନୀୟ ସହରର ନୂଆସାହି ବାପଟିଷ୍ଟ ଚର୍ଚ୍ଚ, ମାଲିକାପଡ଼ି ବାପଟିଷ୍ଟ ଚର୍ଚ୍ଚ, କନବାଗିରି ବାପଟିଷ୍ଟ୍ ଚର୍ଚ୍ଚ, ସିଏନଆଇ ଚର୍ଚ୍ଚ, କୁମ୍ଭାରକୁପା ଓ ସୁକାନାଣ୍ଡା କାଥଲିକ୍ ଚର୍ଚ୍ଚ, ଗ୍ରେସିଙ୍ଗିଆ, ତେଲିଙ୍ଗିଆ, କଳିଙ୍ଗାର ସମସ୍ତ ଚର୍ଚ୍ଚ, ପ୍ରାର୍ଥନା ଗୃହ ସବୁଠାରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ନୂତନ ବସ୍ତ୍ର ପରିଧାନ ସହ ଆନନ୍ଦମୟ ଆଧ୍ୟାତ୍ମିକ ପରିବେଶରେ ବଡ଼ଦିନ ପାଳନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ମହାପର୍ବରେ ଖୁସିର ଉଦ୍ଦୀପନା ସହ ପ୍ରାର୍ଥନା, ଭକ୍ତି ସଙ୍ଗୀତ, ଯୁବପିଢ଼ିଙ୍କ ନାଚ ଗୀତ ସହ ମହା ଆନନ୍ଦରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ପାଳନ କରାଯାଇଛି। ସମସ୍ତ ଚର୍ଚ୍ଚ ଗୁଡ଼ିକରେ ପାଳକ ଓ ବକ୍ତାମାନଙ୍କ ଦ୍ଵାରା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ, ଉଦ୍ଦେଶ୍ୟ, ମହତ୍ତ୍ଵ ବିଷୟରେ କହିବା ସହ ମୃତ୍ୟୁ, ପୁନରୁତ୍‌ଥାନ ଓ ଦିତ୍ୱୀୟ ଆଗମନ ବିଷୟରେ କହିବା ସହ ପବିତ୍ର ବାଇବଲ ରେ ଲିଖିତ ବାକ୍ୟ ଗୁଡ଼ିକ ପଠନ କରିବା ସହ ବିସ୍ତୃତ ବିବରଣୀ ଆଲୋଚନା କରାଯାଇଥିବା ଦେଖିବାକୁ ମିଳିଛି।

ଅଞ୍ଚଳରେ ଅତି ଆନନ୍ଦ ଉଲ୍ଲାସରେ ବଡ଼ଦିନ ପାଳନ ହୋଇଥିବା ବେଳେ ସ୍ଥାନୀୟ ବିଡିଓ ମନୋଜ କୁମାର ଦେବତା ସମ୍ପୂର୍ଣ୍ଣ ବ୍ଲକ ପାଇଁ ମାଜିଷ୍ଟ୍ରେଟ୍ ଦାୟିତ୍ଵରେ ରହି ସମସ୍ତ ଚର୍ଚ୍ଚ ପ୍ରାର୍ଥୀନା ଗୃହ ପରିଦର୍ଶନ କରିବା ସହ ତଦାରଖ କରିଥିଲେ।ସ୍ଥାନୀୟ ପୋଲିସ ଆଇଆଇସି ଅଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଚର୍ଚ୍ଚ ଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଏତଦ୍ ବ୍ୟତୀତ ସ୍ଥାନୀୟ ଗ୍ରାମାଞ୍ଚଳରେ ଥିବା ଚର୍ଚ୍ଚ ଗୁଡ଼ିକର ସୁରକ୍ଷା ନିମନ୍ତେ ମଧ୍ୟ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁସାରେ କୌଣସି ବିଶୃଙ୍ଖଳା ଘଟଣା ଘଟିନଥିବା ବେଳେ ଶାନ୍ତି ଶୃଙ୍ଖଳାରେ ଖ୍ରୀଷ୍ଟ ପ୍ରେମୀଙ୍କ ବଡ଼ ଉତ୍ସବ ଖ୍ରୀଷ୍ଟମାସ୍ ବା ବଡ଼ଦିନ ପାଳନ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe