ପୂର୍ବତନ ବିଧାୟକ ବିମଳ ‌ଦାସଙ୍କ ପରଲୋକ

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ପୂର୍ବତନ ବିଧାୟକ ବିମଳ ‌ଦାସଙ୍କ ପରଲୋକ

ବାରିପଦା: ବରିଷ୍ଠ ରାଜନେତା, ବାରିପଦାର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସମବାୟବିତ୍‌ ବିମଳଲୋଚନ ଦାସଙ୍କର ଆଜି ବାରିପଦାସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସ୍ବର୍ଗତ ଦାସଙ୍କ ବିୟୋଗରେ ମୟୂରଭଞ୍ଜ ଜିଲ୍ଲା‌ର ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରିଛନ୍ତି।

ଶ୍ରୀ ଦାସ ସମିତି ସଭ୍ୟରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଏହାପରେ ୨୦୦୪ ମସିହାରେ ଜେଏମ୍ଏମ୍‌ ଟିକଟରେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସ, ବିଜେପି, ଜେଏମ୍‌ଏମ୍‌, ପ୍ରଗତି ଦଳ, ଲୋକଦଳ ଭଳି ଏକାଧିକ ରାଜନୈତିକ ଦଳରେ ସଫଳତାର ସହିତ କାର୍ଯ୍ୟ କରିଥିଲେ। ଏକଦା କଂଗ୍ରେସର ଜିଲ୍ଲା ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିବା ସହିତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଖୁବ୍‌ ନିକଟତର ଥିଲେ। ବାରିପଦା ଅର୍ବାନ୍‌ ବ୍ୟାଙ୍କ ପ୍ରତିଷ୍ଠାରେ ମଧ୍ୟ ତାଙ୍କର ଭୂମିକା ଥିଲା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ବିଶିଷ୍ଟ ସମବାୟବିତ୍‌ ଭାବେ ସେ ସାରାରାଜ୍ୟରେ ସୁନାମ ଅର୍ଜନ କରିବା ସହିତ ବାରିପଦା ଅର୍ବାନ୍‌ ବ୍ୟାଙ୍କର ସଭାପତି ଭାବେ ୫ ଥର ନିର୍ବାଚିତ ହୋଇଥିଲେ। ସେ ମଧ୍ୟ ‌ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ରେ ମଧ୍ୟ କିଛି ବର୍ଷ କାର୍ଯ୍ୟ କରିଥିଲେ।

ଆଜି ବାରିପଦା ପୌରପରିଷଦ ୱାର୍ଡ ନଂ-୪ ଲାଲବଜାରସ୍ଥିତ ବାସଭବନରେ ମଧ୍ୟାହ୍ନଭୋଜନ କରିବାବେଳେ ଶ୍ରୀ ଦାସ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ଅପରାହ୍ନ ପ୍ରାୟ ୨.୪୦ରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ସ୍ବର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବାବେଳେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଜେପି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେଡି ରାଜ୍ୟ ସାଙ୍ଗଠନିକ ସଂପାଦକ ତଥା ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ମୋରଡ଼ା ବିଧାୟକ ରାଜକିଶୋର ଦାଶଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଗଭୀର ଶୋକପ୍ରକାଶ କରିଛନ୍ତି।

ମୃତ୍ୟୁଶଯ୍ୟା ନିକଟରେ ଜ୍ୟେଷ୍ଠପୁତ୍ର ମନୋରଞ୍ଜନ, କନିଷ୍ଠ ପୁତ୍ର ଚିତ୍ତରଞ୍ଜନଙ୍କ ସହିତ ପରିବାରବର୍ଗ ଉପସ୍ଥିତ ଥିଲେ। ୩ ଝିଅ ସଂଯୁକ୍ତା ମହାପାତ୍ର, ସସ୍ମିତା ମହାନ୍ତି, ସୁମିତା ପଟ୍ଟନାୟକ ଓ ଜ୍ୱାଇଁମାନେ ବାହାରେ ରହୁଥିବାରୁ ସେମାନେ ଆସିବା ପରେ ଆସନ୍ତାକାଲି ସ୍ଥାନୀୟ ବାରୁଣି ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe