ପରୀକ୍ଷା ପୂର୍ବରୁ ଉତ୍ତର ଖାତା ଜେରକ୍ସ !

Advertisment
ପରୀକ୍ଷା ପୂର୍ବରୁ ଉତ୍ତର ଖାତା ଜେରକ୍ସ !

(representational immage) DNA India

ବରଗଡ଼: ପଦ୍ମପୁର ଉପଖଣ୍ଡର କିଛି ସ୍କୁଲ୍‌ରେ ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିଛି। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ଦୋକାନରେ ଶହଶହ ଉତ୍ତର ଖାତା ଜେରକ୍ସ ଚାଲିଛି। ଫଳରେ ପିଲାମାନେ କେନ୍ଦ୍ରକୁ ପରୀକ୍ଷା ପାଇଁ ଯିବା ପୂର୍ବରୁ ଜେରକ୍ସ ଦୋକାନରେ ଭିଡ଼ ଜମାଉଛନ୍ତି। ସିସିଟିଭି ଫୁଟେଜ୍‌ରେ ଏହି ଦୃଶ୍ୟ କଏଦ୍‌ ହୋଇଛି।

ଯାହା କ୍ରମଶଃ ଭାଇରାଲ୍‌ ହେବାକୁ ଲାଗିଛି। ତେବେ ଏନେଇ ବିଧିବଦ୍ଧ ଭାବେ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।  ଅନ୍ୟପକ୍ଷରେ ଶନିବାର ପ୍ରଶ୍ନପତ୍ରରେ ବ୍ୟାପକ ବିଭ୍ରାଟ ପରିଲକ୍ଷିତ ହୋଇଛି। କିଛି ପାକେଟ୍‌ରେ ‘ଏ’ ସେଟ୍‌ ଉଲ୍ଲେଖ ଥିବାବେଳେ ସେଥିରୁ ପୁଣି ‘ବି’ ସେଟ୍‌ ପ୍ରଶ୍ନପତ୍ର ବାହାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe