କନ୍ଧମାଳ ଜିଲ୍ଲାରେ ଆନନ୍ଦଉଲ୍ଲାସରେ ବଡ଼ଦିନ ପାଳନ

Advertisment
କନ୍ଧମାଳ ଜିଲ୍ଲାରେ ଆନନ୍ଦଉଲ୍ଲାସରେ ବଡ଼ଦିନ ପାଳନ

ଘୁ.ଉଦୟଗିରି: ଆଜି ସାରା କନ୍ଧମାଳ ଜିଲ୍ଲାରେ ଆନନ୍ଦ ଓ ଉତ୍ସାହ ସହ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଜୟନ୍ତୀ ବା ବଡ଼ଦିନ ପାଳନ ହୋଇଛି।ଘୁ.ଉଦୟଗିରି ଥାନା ଅଂଚଳରେ ଥିବା ମୋଟ ଛୋଟ ବଡ଼ ୫୫ଗୋଟି ପ୍ରାର୍ଥନା ଗୃହ ଏବଂ ଚର୍ଚ୍ଚ ଗୁଡିକରେ ବହୁ ଆଡମ୍ବର ସହକାରେ ଖ୍ରୀଷ୍ଟଧର୍ମାବଲମ୍ବୀ ବଡ଼ଦିନ ପର୍ବ ସାମୁହିକ ଭାବେ ପାଳନ କରିଛନ୍ତି । ଗତକାଲି ମଧ୍ୟରାତ୍ରରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସମୟରେ ସମସ୍ତେ ଚର୍ଚ୍ଚ ପରିସରରେ ଏକତ୍ରିତ ହୋଇ ସାମୁହିକ ପ୍ରାର୍ଥନା କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସ୍ମରଣ କରିଥିଲେ।

publive-image

ଆଜି ସକାଳୁ ନିଜ ନିଜ ଘରେ କେକ ପ୍ରସ୍ତୁତ କରି ବିଭିନ୍ନ ପ୍ରକାର ପିଠାପଣା କରି ନୂତନ ପୋଷାକ ପରିଧାନ କରି ପୁଣି ଅପରାହ୍ନରେ ଚର୍ଚ୍ଚରେ ଉପସ୍ଥିତ ରହି ବାଇବେଲ ପଠନ କରିଥିଲେ |

publive-image

ବଡ଼ଦିନ କିଭଳି ଶାନ୍ତିଶୃଙ୍ଖଳାର ସହ ସରିବ ସେଥି ନିମନ୍ତେ ପ୍ରଶାସନ ଏବଂ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ୮ଜଣ ଅଫିସରଙ୍କ ସହ ତିନି ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ପ୍ରତ୍ୟେକ ଚର୍ଚ୍ଚରେ ଫୋର୍ସ ମୁତୟନ ରହିଥିବାବେଳେ ନିୟମିତ ପୁଲିସ ପ୍ୟାଟ୍ରୋଲିଙ୍ଗକୁ କଡାକଡି କରାଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe