ଆରପାରିରେ ବିଶିଷ୍ଟ ସମାଜସେବୀ, ସମବାୟବିତ୍‌ ଯାମିନୀକାନ୍ତ ଚକ୍ରବର୍ତ୍ତୀ

Advertisment
ଆରପାରିରେ ବିଶିଷ୍ଟ ସମାଜସେବୀ, ସମବାୟବିତ୍‌ ଯାମିନୀକାନ୍ତ ଚକ୍ରବର୍ତ୍ତୀ

ଭୋଗରାଇ : ବିଶିଷ୍ଟ ସମାଜସେବୀ ତଥା ସମବାୟବିତ୍‌ ଯାମିନୀକାନ୍ତ ଚକ୍ରବର୍ତ୍ତୀ ଆଉ ଇହଜଗତରେ ନାହାନ୍ତି। ଆଜି ମଧ୍ୟାହ୍ନରେ ତାଙ୍କର ପୁରୀ ରାମଚଣ୍ଡୀଠାରେ ହୃଦ୍‌ଘାତରେ ପରଲୋକ ହୋଇଛି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ନିଜ ବନ୍ଧୁମାନଙ୍କ ସହ ରାମଚଣ୍ଡୀକୁ ପିକ୍‌ନିକ୍‌ରେ ଯାଇଥିବା ବେଳେ ସେଠାରେ ସେ ହୃଦ୍‌ଘାତର ଶିକାର ହୋଇଥିଲେ। ଯାମିନୀକାନ୍ତଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ; ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ବାଉଁଶଡ଼ିହା ଗାଁରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ଚକ୍ରବର୍ତ୍ତୀ ଏକାଧାରରେ ଜଣେ ବିଶିଷ୍ଟ ସମବାୟବିତ୍‌, ଦକ୍ଷ ସଂଗଠକ, ସମାଜସେବୀ ଥିଲେ। ରାଜ୍ୟ ସମବାୟ ବିଭାଗର ସର୍ବୋଚ୍ଚ ପଦପଦବିରେ ଅଧିଷ୍ଠିତ ଥାଇ ୧୯୮୨ ମସିହାରେ ଅବସର ଗ୍ରହଣ କରିଥିଲେ। ପରେ ବଡ଼ମ୍ବା ସ୍ଥିତ ଶକ୍ତି ସୁଗାର ମିଲ୍ସରେ ପରିଚାଳନା ନିର୍ଦ୍ଦେଶକ ଭାବେ ଯୋଗଦେଇ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ସ୍ୱର୍ଗତ ଚକ୍ରବର୍ତ୍ତୀ ଷଢ଼େଇକଳା ଖରସୁଆଁଠାରେ ହୋଇଥିବା ଭାଷା ଆନ୍ଦୋଳନରେ ବାଲେଶ୍ୱର ଜିଲ୍ଲାରୁ ଏକମାତ୍ର ବ୍ୟକ୍ତି ଭାବେ ପ୍ରତିନିଧିତ୍ୱ କରି ଆନ୍ଦୋଳନକୁ ସଫଳ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe