ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସରେ ୟଶ୍‌

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସରେ ୟଶ୍‌

ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ଅନ୍ତର୍ଗତ ପଣ୍ଡକିପାଲି ଗାଁ’ର ୟଶ ବଂଗୁଲା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି। ୟଶଙ୍କୁ ମାତ୍ର ୩ ବର୍ଷ। ସ୍ବଳ୍ପ ବୟସରେ ସେ ୧୨ଟି ଫଳ, ୧୬ଟି ସଂପର୍କ (ରିଲେସନ୍‌), ୭ଟି କୀଟ, ୩ଟି ସରୀସୃପ, ୭ଟି ଜୀବ, ୩ଟି ପକ୍ଷୀ, ସପ୍ତାହର ସବୁ ଦିନ, ବର୍ଷର ସବୁ ମାସ, ୧ରୁ ୧୦୦ ପର୍ଯ୍ୟନ୍ତ ଗଣତି, ଭାରତର ୨୮ଟି ରାଜ୍ୟ ଏବଂ ୪୦ଟି ସାଧାରଣଜ୍ଞାନ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ଏହି ସଫଳତା ପାଇଛନ୍ତି।

ଫେବ୍ରୁଆରି ମାସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସ‌ ପକ୍ଷରୁ ତାଙ୍କ ନାମ ଜାରି କରାଯାଇଛି। ସେ ପଣ୍ଡକିପାଲିର ପଦ୍ମଲୋଚନ ବଂଗୁଲା ଓ ଅଂଜଳି ବର୍ଗେଙ୍କ ପୁଅ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe