ନନ୍ଦନକାନନରେ ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ନନ୍ଦନକାନନରେ ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ବର: ପର୍ଯ୍ୟଟନ ଋତୁ ଆରମ୍ଭରୁ ଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ନନ୍ଦନକାନନ କର୍ତ୍ତୃପକ୍ଷ ଚେନ୍ନାଇରୁ ୮ଟି ହଳଦିଆ ଆନା‌କୋଣ୍ଡା ଆଣିଥିଲେ। ତେବେ ଆସିଥିବା ୮ଟି ହଳଦିଆ ଆନା‌କୋଣ୍ଡା ମଧ୍ୟରୁ ପୂର୍ବରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଜଣା ପଡ଼ିନଥିବା ବେଳେ କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବର୍ତ୍ତମାନ ନନ୍ଦନକାନନରେ ୫ଟି ହଳଦିଆ ଆନା‌କୋଣ୍ଡା ରହିଥିବା ଜଣା ପଡ଼ିଛି। ତେବେ ଏହା ପୂର୍ବରୁ ନଭେମ୍ବର ୨୯ ଏବଂ ଡିସେମ୍ବର ୧ରେ ଚେନ୍ନାଇରୁ ଆସିଥିବା ୮ଟି ହଳଦିଆ ଆନା‌କୋଣ୍ଡା ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଥିଲା। ପ୍ରୋଟୋଜୋନ୍ ବା ସୂକ୍ଷ୍ମ ଏମିବା ଜନିତ ସଂକ୍ରମଣରେ ଆଭ୍ୟନ୍ତରୀ‌ଣ କ୍ଷତ ଯୋଗୁଁ ୨ଆନାକୋଣ୍ଡାଙ୍କ ମୃତ୍ୟୁ ଘଟିଥିଲା।

publive-image

ସୂଚନା ମୁତାବକ, ନନ୍ଦନକାନନକୁ ୮ଟି ହଳଦିଆ ଆନା‌କୋଣ୍ଡା ସହ ‘ମଣିଷଖିଆ’ ଅପବାଦ ମୁଣ୍ଡାଇଥିବା ଦୁର୍ଧର୍ଷ ତଥା ଆକ୍ରାମକ ୩ଟି ନାଇଲ କ୍ରୋକୋଡାଇଲ୍‌ (କୁମ୍ଭୀର) ମଧ୍ୟ ନନ୍ଦନକାନନରେ ପହଞ୍ଚିଥିଲେ। ବିଶ୍ବର ୨୬ଟି ଦେଶରେ ଦେଖାଯାଉଥିବା ଏହି ପ୍ରଜାତିର ୩ଟି କୁମ୍ଭୀରକୁ ମାଡ୍ରାସସ୍ଥିତ କ୍ରୋକଡାଇଲ୍‌ ବ୍ୟାଙ୍କରୁ ଅଣାଯାଇଥିଲା। ଏହି ଦୁଇ ବିରଳ ପ୍ରଜାତିର ସରୀସୃପଙ୍କ ଆଗମନ ଫଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଇତିହାସ ଫର୍ଦରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଯାଇଥିଲା। ଏହାସହ ନନ୍ଦନକାନନର ପ୍ରଜାତି ସଂଖ୍ୟା ୧୫୮କୁ ବୃଦ୍ଧି ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe