୫ରୁ ବର୍ଷା, ୟେଲୋୱାର୍ଣ୍ଣିଂ ଜାରି

Advertisment

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଖରାଟିଆ ପାଗ ଜାରି ରହିବ

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଖରାଟିଆ ପାଗ ଜାରି ରହିବ

ରାଜ୍ୟରେ ପୁଣି ପ୍ରବଳ ବର୍ଷା ସମ୍ଭାବନା, ୩ ସପ୍ତାହରେ ୩ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ ରାଜ୍ୟର ପାଗ ବଦଳିଯିବ। ପ୍ରବଳ ବର୍ଷା ହେବା ସହ ଗୁଳୁଗୁଳି ଓ ଗରମରୁ ନିସ୍ତାର ମିଳିବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ମୌସୁମୀଜନିତ ନିମ୍ନଚାପରେଖା ହିମାଳୟ ପାଦଦେଶରୁ ସାମାନ୍ୟ ଦକ୍ଷିଣକୁ ଖସିଛି। ଏହା ଆଜି ପଞ୍ଜାବର ଅମୃତସରରୁ ବାହାରି ଆମ୍ବାଲା, ବରେଲି, ଆଜମଗଡ଼, ଛପରା, ମାଲ୍‌ଦାରୁ ପୂର୍ବ ଦିଗରେ ଉତ୍ତର-ବାଂଲାଦେଶ ଓ ଆସାମ ଦେଇ ନାଗାଲାଣ୍ଡ ଯାଏ ବ୍ୟାପିଛି। ରାଜ୍ୟରେ ମୌସୁମୀ ସକ୍ରିୟ ନଥିବାରୁ ଦିନ ତାପମାତ୍ରା ବଢ଼ି ଚାଲିଛି। ବା‌ୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁଁ ଉପକୂଳ ‌ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୨ ଦିନ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବା ପରେ ବର୍ଷାର ପରିମାଣ ବଢ଼ିବ। ୬ତାରିଖ ଆଡ଼କୁ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରିଛି।

ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଖରାଟିଆ ପାଗ ଜାରି ରହିବ। କିଛି କିଛି ସ୍ଥାନ‌ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହେବ। ଆଜି ରାଜଧାନୀ ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe