୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Advertisment

ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିବ। ସ୍ଥାନେ ସ୍ଥାନେ ଗୁଳୁଗୁଳି ବଢ଼ିବ।

ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିବ। ସ୍ଥାନେ ସ୍ଥାନେ ଗୁଳୁଗୁଳି ବଢ଼ିବ।

temp

ଭୁବନେଶ୍ବର: ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିବ। ସ୍ଥାନେ ସ୍ଥାନେ ଗୁଳୁଗୁଳି ବଢ଼ିବ। ଏହି ସମୟ ମଧ୍ୟରେ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତାହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଆଜି ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ 
ୱାର୍ଣ୍ଣିଂ ଜାରି ହୋଇଛି।

ଜିଲ୍ଲାପାଳମାନଙ୍କୁ ଲେଖାଯାଇଥିବା ପତ୍ରରେ ଏସ୍‌ଆରସି କହିଛନ୍ତି ଯେ ସାଧାରଣ ଲୋକଙ୍କ ପାଇଁ ଗ୍ରୀଷ୍ମ ପ୍ରବାହ ସହନଶୀଳ। ତେବେ ଛୋଟ ପିଲା, ବୟସ୍କ ଓ ରୋଗୀମାନେ ଏହାଦ୍ବାରା ପ୍ରଭାବିତ ହୋଇପାରନ୍ତି। ପୂର୍ବାହ୍‌ଣ ୧୧ଟାରୁ ଅପରାହ୍ଣ ୩ଟା ୩୦ ମଧ୍ୟରେ ଯେତେଦୂର ସମ୍ଭବ ଘରେ ରହିବା ଆବଶ୍ୟକ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ସମସ୍ତ ସହରର ତାପମାତ୍ରା ଧୀରେ ଧୀରେ ବଢ଼ୁଛି। ଆଜି ୧୧ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହେବା ସହ ଏଠାକାର ତାପମାତ୍ରା ୩୯.୫ ଡିଗ୍ରି ରେକର୍ଡ କରାଯାଇଛି। ଏହା ବ୍ୟତୀତ ଝାରସୁଗୁଡାରେ ୩୮.୬ ଡିଗ୍ରି, ବଲାଙ୍ଗୀରରେ ୩୮.୫ ଡିଗ୍ରି, ସମ୍ବଲପୁରରେ ୩୮.୩ ଡିଗ୍ରି, ଟିଟିଲାଗଡ଼ରେ ୩୭.୫, ହୀରାକୁଦ, ସୁନ୍ଦରଗଡ଼ ଓ ପାରଳା‌ଖେମୁଣ୍ଡିରେ ୩୭.୨, ଅନୁଗୁଳରେ ୩୭.୧, ମାଲକାନଗିରି ଓ ବାରିପଦାରେ ୩୭ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି। ଭୁବନେଶ୍ବରରେ ୩୫.୪ ଡିଗ୍ରି ଥିବା ବେଳେ କଟକରେ ୩୫ ଡିଗ୍ରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe