ଆଜି ୮ ଜିଲ୍ଲାରେ ଘନକୁହୁଡ଼ି, ୟେଲୋୱାର୍ଣ୍ଣିଂ ଜାରି

ବଦଳିବ ପାଗ: କଲବଲ କରିବ କୁହୁଡ଼ି; ୩ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

The New Nation

ଭୁବନେଶ୍ୱର : ଆଜିଠାରୁ ଓଡ଼ିଶା ଉପରେ ଗୁରୁଚାପ ବଳୟର ପ୍ରଭାବ ଅଧିକ ରହିବ। ଏହା ବାୟୁମଣ୍ଡଳର ସ୍ଥିରତାକୁ ବୃଦ୍ଧି କରିବାରେ ସହାୟକ ହେବ। ବାୟୁମଣ୍ଡଳର ସ୍ଥିରତା ଓ ଅଧିକ ଜଳୀୟବାଷ୍ପର ଉପସ୍ଥିତି ତଥା ନିର୍ମଳ ଆକାଶ‌ ଯୋଗୁଁ ରାଜ୍ୟରେ ଘନ କୁହୁଡ଼ି ପଡ଼ିବ।  ଆଜି କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଜିଲ୍ଲା‌ରେ ଘନ କୁହୁଡ଼ିର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ୮ ଜିଲ୍ଲା ପାଇଁ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି।

ସେହିପରି ୧୮ ଓ ୧୯ତାରିଖ ସକାଳୁ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ୧୮ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଅନୁଗୁଳ ଓ ଢେଙ୍କାନାଳ ଏବଂ ୧୯ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ କେନ୍ଦୁଝର ଆଦି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ଏଣୁ ଏହି ଦୁଇ ଦିନ ପାଇଁ ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

publive-image Deccan Chronicle

ଅପରପକ୍ଷେ ରାଜ୍ୟର ପାରଦ ସ୍ତର ଧୀରେ ଧୀ‌ରେ ନିମ୍ନଗାମୀ ହେବାରେ ଲାଗିଥିବା ବେଳେ ଆସନ୍ତା ୩ ଦିନରେ ଆହୁରି ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବ। ଫଳରେ ଶୀତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଯାଇଛି। ସର୍ବାଧିକ ବର୍ଷା ନବରଙ୍ଗପୁର ଜିଲ୍ଲା ଝରିଗାଁରେ ୨୩ ମିମି ରେକର୍ଡ ହୋଇଛି। ସର୍ବନିମ୍ନ ରାତି ତାପମାତ୍ରା କେନ୍ଦୁଝରଠାରେ ୧୨.୮ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହେଇଛି। ଏଥିସହ ମାଲକାନଗିରି ଓ ଭବାନୀପାଟଣାଠାରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି। ରାତି ତାପମାତ୍ରା ଉପକୂଳ ଜିଲ୍ଲାଗୁଡ଼ିକରେ ପାଖାପାଖି ୨ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ୩ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି। ଓଡ଼ିଶା ଉପରେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ। ଏଣୁ ଆସନ୍ତା ୫ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ ଓ ଶୀତ ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe