ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା: ଶ୍ରୀମନ୍ଦିରର ଏସବିଆଇ ଜମା ଖାତାରେ ଜମା ହେଲା ୧୫୬କୋଟି

ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା: ଶ୍ରୀମନ୍ଦିରର ଏସବିଆଇ ଜମା ଖାତାରେ ଜମା ହେଲା ୧୫୬କୋଟି

Tv9

ପୁରୀ: ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁଙ୍କ ବକେୟା ଜମା ଟଙ୍କା । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୟେସ୍ ବ୍ୟାଙ୍କ ପକ୍ଷରୁ ସୁଧମୂଳ ସମେତ ୧୫୬ କୋଟି ଟଙ୍କା ଶ୍ରୀମନ୍ଦିରର ଏସବିଆଇ ଜମା ଖାତାରେ ଜମା କରାଯାଇଛି । ପୂର୍ବ ସୂଚନା ମୁତାବକ ମାଚ୍ୟୁରିଟି ହେବା ପରେ ଆଜି ଟଙ୍କା ଫେରିଛି ।  ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସ୍ଥାୟୀ ଜମା ବାବଦକୁ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ଟଙ୍କା ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଇ-ଟ୍ରାନ୍ସଫର ହୋଇଥିଲା । ୟେସ୍ ବ୍ୟାଙ୍କର କାରକାର ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ଶ୍ରୀମନ୍ଦିର ଟଙ୍କା ଫେରିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା ।

ସୂଚନା ମୁତାବକ, ମହାପ୍ରଭୁଙ୍କ ସର୍ବମୋଟ ୫୯୨ କୋଟି ଟଙ୍କା ବିଭିନ୍ନ ଦଫାରେ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ମନ୍ଦିର ପ୍ରଶାସନର ମୋଟ ୬ଟି ବ୍ୟାଙ୍କ ଆକାଉଣ୍ଟରେ ସବୁତକ ଟଙ୍କା କେବଳ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ଗୋଟିଏ ବ୍ୟାଙ୍କରେ ସବୁ ତକ ଟଙ୍କା ରଖିବା ନିୟମ ବିରୋଧୀ ହୋଇଥିଲେ ବି ସବୁତକ ଟଙ୍କାକୁ ୟେସ୍ ବ୍ୟାଙ୍କରେ ରଖିଥିଲେ।ଏପରିକି ମହାପ୍ରଭୁଙ୍କ ଫାଉଣ୍ଡେସନ ଫଣ୍ଡ ବା ହୁଣ୍ଡି ଟଙ୍କା ଏସ୍‌ବିଆଇ ରହିବାର ନିୟମ ଥିବା ବେଳେ ଏହାକୁ ମଧ୍ୟ ୟେସ୍ ବ୍ୟାଙ୍କରେ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe