ରାଜଭବନରେ ‘ଯୋଗ ଫର୍‌ ସୁପର୍‌ ଇମ୍ୟୁନିଟି’ ଲୋକାର୍ପିତ

Advertisment
ରାଜଭବନରେ ‘ଯୋଗ ଫର୍‌ ସୁପର୍‌ ଇମ୍ୟୁନିଟି’ ଲୋକାର୍ପିତ

ଭୁବନେଶ୍ବର : ବିଜୟଲକ୍ଷ୍ମୀ ହୋତାଙ୍କ ରଚିତ ଯୋଗ ପୁସ୍ତକ ‘ଯୋଗ ଫର୍‌ ସୁପର୍‌ ଇମ୍ୟୁନିଟି’ ଶୁକ୍ରବାର ଦିନ ରାଜଭବନରେ ଲୋକାର୍ପିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ପୁସ୍ତକଟିକୁ ଲୋକାର୍ପଣ କରି କହିଲେ ଯେ ଏହା ସାଧାରଣ ଲୋକଙ୍କ ପାଇଁ ବହୁ ଉପାଦେୟ ସାବ୍ୟସ୍ତ ହେବ। ରୁପା ପବ୍ଲିକେସନ୍‌ ଦ୍ବାରା ପ୍ରକାଶିତ ଏହି ପୁସ୍ତକ‌ରେ ଚାପମୁକ୍ତ ରହିବା, ଉପଯୁକ୍ତ ଖାଦ୍ୟଗ୍ରହଣ, ଜୀବନଶୈଳୀରେ ପରିବର୍ତ୍ତନ, ଅଙ୍ଗ‌ପ୍ରତ୍ୟଙ୍ଗକୁ ସକ୍ରିୟ କରିବା ଆଦି ସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଛି। ଏହି ଅବସରରେ ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ଭାରପ୍ରାପ୍ତ ସଭାପତି ଅଶୋକ କୁମାର ସାରଦା ଏବଂ ଗ୍ରୋ ଗ୍ରିନ୍‌ କନ୍‌ସୋର୍ଟିୟମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶିକା ସଂଯୁକ୍ତା ସାରଦା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଯୋଗ ଚିକିତ୍ସା ଜରିଆରେ ଶ୍ରୀମତୀ ହୋତା ବିଭିନ୍ନ ରୋଗର ଉପଶମ କରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେ ଦେଶ ବିଦେଶରେ ଯୋଗ କର୍ମଶାଳା କରିବା ସହ ଯୋଗ ଚିକିତ୍ସା ସମ୍ପର୍କରେ ଦଶଟି ପୁସ୍ତକ ଓ ଅନେକ ନିବନ୍ଧ ରଚନା କରିଛନ୍ତି। ଏଥିସହ ଓଡ଼ିଆ ରାନ୍ଧଣା ଉପରେ ଗୋଟିଏ ପୁସ୍ତକ ଲେଖି ଉଚ୍ଚ ପ୍ରଶଂସା ଲାଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ହୋତା, ତାଙ୍କ ସ୍ବାମୀ ତଥା ୟୁପିଏସ୍‌ସିର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ହୋତାଙ୍କ ଦ୍ବାରା ଲିଖିତ ପୁସ୍ତକ ‘ନେଗେଟସ୍‌ ଅଫ୍‌ ୱିଜଡମ୍‌’କୁ ରାଜ୍ୟପାଳଙ୍କୁ ଉପହାର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe