ଯୋଗ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇ ପାରିଛି: ମୁଖ୍ୟମନ୍ତ୍ରୀ

ଶନିବାର ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସରେ, କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ହଜାର ହଜାର ଲୋକଙ୍କ ସହ ଯୋଗ କରିବା ଏକ ଅଦ୍ଭୁତ ଅନୁଭୂତି ଥିଲା । ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ....

Yoga has been embraced by everyone irrespective of caste, religion, colour: Chief Minister

Yoga has been embraced by everyone irrespective of caste, religion, colour: Chief Minister Photograph: (sambad,in)

ଭୁବନେଶ୍ବର: ଶନିବାର ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ହଜାର ହଜାର ଲୋକଙ୍କ ସହ ଯୋଗ କରିବା ଏକ ଅଦ୍ଭୁତ ଅନୁଭୂତି ଥିଲା ।  ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ।

ଶରୀର, ଆତ୍ମା ଏବଂ ଚିନ୍ତନ ଶକ୍ତିକୁ ଜାଗ୍ରତ କରୁଥିବା ଏହି ମହାନ ଭାରତୀୟ ପରମ୍ପରା ଆଜି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇ ପାରିଛି। ଓଡ଼ିଶାରେ ଆମେ ଯୋଗକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଉଛୁ ।

ଅଧିକ ପଢ଼ନ୍ତୁ: ରଥଯାତ୍ରା ବର୍ଷାରେ ଭିଜିବା ସମ୍ଭାବନା!: ଜୁନ୍ ୨୭ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ପୂର୍ବାନୁମାନ

ଆମର ସ୍କୁଲ, କଲେଜ, ଛାତ୍ରାବାସ ଏବଂ କ୍ରୀଡ଼ା କେନ୍ଦ୍ର ମାଧ୍ୟମରେ ଆମେ କର୍ମଶାଳା ଆୟୋଜନ କରୁଛୁ ଏବଂ ସଚେତନତା ସୃଷ୍ଟି କରୁଛୁ। ଆମେ ଯୋଗକୁ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନେଉଛୁ।

ଆସନ୍ତୁ, ଆମେ ଏକ ଶାନ୍ତିପୂର୍ଣ୍ଣ, ଏକତାପୂର୍ଣ୍ଣ ଏବଂ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ସମାଜ ଗଠନ କରିବା। ଏହି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆସନ୍ତୁ ନିଜ ପାଇଁ, ସମାଜ ପାଇଁ , ଆମ ଓଡ଼ିଶା ପାଇଁ ତଥା ଭାରତ ଓ ବିଶ୍ଵବାସୀଙ୍କ ପାଇଁ ସୁସ୍ଥତାକୁ ପ୍ରାଥମିକତା ଦେବା ନିମନ୍ତେ ଶପଥ ନେବା।

ଅଧିକ ପଢ଼ନ୍ତୁ:ଡାଇରିଆ: ଯାଜପୁରରେ ପୁଣି ୫ ହୋଟେଲ ସିଲ୍

 CM Mohan Charan Majhi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe