ନର୍ଲା : ବୁଧବାର ସନ୍ଧ୍ୟା ୬ଟାରେ ରୁପ୍ରା ନିକଟରେ ଥିବା ଟାଙ୍ଗିରି ପାହାଡ଼ର ଶାଗୁଆନ ଗଛ ଲାଗିଥିବା ଅଞ୍ଚଳରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ସୂଚନା ପାଇବାପରେ ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ତାଙ୍କର କିଛି ଯୁବ ଛାତ୍ରମାନଙ୍କୁ ନେଇ ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଛାତ୍ର ଉଦିତ, ରମେଶ ଏବଂ ଅନ୍ୟ ସାଥୀମାନେ ସହଯୋଗ କରିଥିଲେ। ଶ୍ରୀ ଭୋଇ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଜଙ୍ଗଲର ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ଟାଙ୍ଗିରି ପାହାଡ଼ରେ ଲାଗିଥିବା ନିଆଁକୁ ଆୟତ୍ତ କଲେ ଯୋଗବ୍ୟାସ ଓ ସାଥୀ
Advertisment
Follow Us