ଭବାନୀଭବନ ପଡ଼ିଆରେ ବିଜେଡି ପ୍ରାର୍ଥୀ ଯୋଗେଶ: ଫୁଟବଲ ଖେଳିଲେ, ଲୋକଙ୍କୁ ଭେଟି ଆଶୀର୍ବାଦ ମାଗିଲେ

Advertisment
ଭବାନୀଭବନ ପଡ଼ିଆରେ ବିଜେଡି ପ୍ରାର୍ଥୀ ଯୋଗେଶ: ଫୁଟବଲ ଖେଳିଲେ, ଲୋକଙ୍କୁ ଭେଟି ଆଶୀର୍ବାଦ ମାଗିଲେ

ସୁନ୍ଦରଗଡ଼: ଚାଲିଛି ନିର୍ବାଚନ ପ୍ରଚାର। କିଛି ପ୍ରାର୍ଥୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଉପାୟ ଆପଣେଇଛନ୍ତି। ଏହିକ୍ରମରେ ନିଆରା ପ୍ରଚାରକୁ ନେଇ ସୁନ୍ଦରଗଡ଼ ବିଧାନସଭାର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ ବେଶ ଚର୍ଚ୍ଚାରେ ରହିଛନ୍ତି। ଗାଁ ଅଞ୍ଚଳକୁ ପ୍ରଚାରକୁ ଗଲା ବେଳେ କେତେବେଳେ ସେ ଲୋକଙ୍କ ସହ ତଳେ ବସି ଆଲୋଚନା କରୁଛନ୍ତି ତ କେତେବେଳେ ବାଇକରେ ବସି ଭୋଟ ମାଗୁଛନ୍ତି। ପୁଣି କେଉଁଠି ଭୋଟରଙ୍କ ଘରେ ବସି ପଖାଳ ଖାଉଛନ୍ତି। ୨୪ ତାରିଖ ବୁଧବାର ସକାଳୁ ଯୋଗେଶ ସହର ମଧ୍ୟ ଭାଗରେ ଥିବା ଭବାନୀଭବନ ବହୁମୁଖୀ କ୍ରୀଡ଼ାଙ୍ଗନରେ ପହଞ୍ଚି ପ୍ରାତଃଭ୍ରମଣ ଓ ବ୍ୟାୟାମ କରିବାକୁ ଆସିଥିବା ସମସ୍ତ ବର୍ଗର ଲୋକଙ୍କୁ ଭେଟିଥିଲେ। ପଡ଼ିଆର ସ୍ଥିତି ଦେଖିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ। ଲୋକେ ପଡ଼ିଆର ରକ୍ଷଣାବେକ୍ଷଣ ପ୍ରତି କେହି ଧ୍ୟାନ ଦେଉ ନଥିବାରୁ ବ୍ୟାୟାମ ଉପକରଣଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ଅଭିଯୋଗ କରି ଯୋଗେଶଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

publive-image

ସେହିପରି ଫୁଟବଲ ପଡ଼ିଆରେ ପାଣି ଦିଆଯାଉ ନଥିବାରୁ ଘାସ ଶୁଖିଯାଇ ମାଟିଗୋଡ଼ି ବାହାରି ଯାଉଥିବା ଖେଳାଳିମାନେ ଅଭିଯୋଗ କରିଥିଲେ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ, ଭଙ୍ଗା ଉପକରଣ ସଜାଡ଼ିବା ଓ ପଡ଼ିଆରେ ନିୟମିତ ପାଣି ସିଞ୍ଚନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଖେଳାଳିମାନଙ୍କ ଅନୁରୋଧକ୍ରମେ ଯୋଗେଶ ପଡ଼ିଆରେ ବେଶ କିଛି ସମୟ ଫୁଟବଲ ଖେଳିଥିଲେ। ଏହା ପରେ ସେ ଖୋଲା ବ୍ୟାୟାମଶାଳାକୁ ଯାଇ କିଛି ବେଳ ବ୍ୟାୟାମ କରିଥିଲେ। ସେଠାରୁ ବ୍ୟାଡମିଣ୍ଟନ କୋର୍ଟକୁ ଯାଇ ପିଲାଙ୍କ ସହ ବ୍ୟାଡମିଣ୍ଟନ ଖେଳିଥିଲେ। ପଡ଼ିଆରେ ଖେଳାଳି ଓ ପ୍ରାତଃଭ୍ରମଣକାରୀଙ୍କ ଗହଣରେ ଘଣ୍ଟାଏ ବିତାଇ ଆସନ୍ତା ନିର୍ବାଚନରେ ତାଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ। ଯୋଗେଶଙ୍କ ଏ ନିଆରା ପ୍ରଚାରକୁ ଲୋକେ ପସନ୍ଦ କରିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe