ଗାଡ଼ି ମାଲିକାନା ପରିବର୍ତ୍ତନ ପାଇଁ ଆର୍‌ଟିଓ ଅଫିସ୍ ଯିବାକୁ ପଡ଼ିବନି

Advertisment
ରାଜ୍ୟର ୧୫ ଆର୍‌ଟିଓରେ ଲାଗୁ ହେଲା ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ୍

Sankalp Odisha

ଭୁବନେଶ୍ବର : ଏଣିକି ଗାଡ଼ି ମାଲିକାନା ପରିବର୍ତ୍ତନ ପାଇଁ ଆର୍‌ଟିଓ ଅଫିସ ଯିବାକୁ ପଡ଼ିବନି। ଘରେ ବସିକି ଅନଲାଇନ୍‌ରେ ଦସ୍ତଖତ କରିଦେଲେ ମାଲିକାନା ବଦଳିଯିବ। ଏହି ବ୍ୟବସ୍ଥା ଜୁଲାଇ ପ୍ରଥମ ସପ୍ତାହରୁ ଲାଗୁ ହେବ ବୋଲି ପରିବହନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏବେ ଗାଡ଼ି ମାଲିକାନା ପରିବର୍ତ୍ତନ ପାଇଁ ସମସ୍ତ ଡକୁମେଣ୍ଟ ଅନଲାଇନ୍‌ରେ ଜମା କରିବାକୁ ପଡ଼ୁଛି। ହେଲେ ଗାଡ଼ି କ୍ରେତା ଓ ବିକ୍ରେତାଙ୍କୁ ଆର୍‌ଟିଓ ଅଫିସକୁ ଯାଇ ଦସ୍ତଖତ କରିବାକୁ ପଡ଼ୁଛି। ଲୋକମାନେ ଯେପରି ଆର୍‌ଟିଓ ଅଫିସ ନଯିବେ ସେଥିପାଇଁ ସଫ୍ଟୱେୟାର ଓ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ ହୋଇଛି। ଇ-ଦସ୍ତଖତ ନେଇ ନୂଆ ସଫ୍ଟୱେୟାର ଆସିଲେ ଏହି ବ୍ୟବସ୍ଥା ଲାଗୁ ହେବ। ଏହା ଲାଗୁ ହେଲେ ବି ଲୋକ ଆର୍‌ଟିଓ ଅଫିସ୍ ଆସି ଗାଡ଼ି ମାଲିକାନା ପରିବର୍ତ୍ତନ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe