ସୁନ୍ଦରଗଡ: ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ

ସୁନ୍ଦରଗଡ: ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ

ସୁନ୍ଦରଗଡ: ଆଜି ରାତି ୯ଟାରେ ସୁନ୍ଦରଗଡ ଟାଉନଥାନା ରାଣୀବଗିଚାରେ କହ୍ନେଇ ନାଗ ନାମକ ଜଣେ ବ୍ୟକ୍ତି ଘରୁ ରକ୍ତାକ୍ତ ଅଵସ୍ଥାରେ ଉଦ୍ଧାର ଯୁବତୀଙ୍କ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି। ମୃତା ଯୁବତୀଙ୍କ ନାମ ରେଣୁକା ନାଗ (୨୩)। ସେ କହ୍ନେଇଙ୍କ ସାନ ଝିଅ। କେଉଁ ପରିସ୍ଥିତିରେ ରେଣୁକା ଘର ଭିତରେ ଆହତ ହେଲେ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଯୁଵତୀଙ୍କ ଛାତି କଣା ହୋଇଯାଇଥିବା ତାଙ୍କ ଭାଉଜ କହୁଥିବାରୁ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ମୃତା ରେଣୁକାଙ୍କ ବାପା କହ୍ନେଇଙ୍କ କହିଵା ଅନୁସାରେ ପରିବାର ଲୋକେ ଖାଇପିଇ ଘର ଭିତରେ ବସିଥିବା ଵେଳେ ଝିଅ ଅନ୍ୟ କୋଠରିକୁ ଯାଇ ସେଠାରେ ଥିବା ଟିଣ ଵାକ୍ସ ଖୋଲିଥିଲା। ଠିକ୍ ଏହି ସମୟରେ ବିସ୍ଫୋରଣ ଶବ୍ଦ ହୋଇଥିଲା ଓ ଝିଅ ଚିତ୍କାର କରିଥିଲା। ସମସ୍ତେ ସେ କୋଠରିକୁ ଧାଇଁ ଗଲାଵେଳକୁ ଝିଅ ରକ୍ତାକ୍ତ ଅବସ୍ଥାରେ ଅଚେତ ହୋଇ ପଡିଥିଲା। ତାକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

ତେଵେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଓ ପୁଲିସର ତଦନ୍ତ ଵେଳେ ବିସ୍ଫୋରଣର କୌଣସି ଚିହ୍ନ ଦୃଷ୍ଟିକୁ ଆସିନଥିଲା। ଏପରିକି ଟିଣ ବାକ୍ସ ବି ସମ୍ପୂର୍ଣ୍ଣ ଅକ୍ଷତ ଥିବାରୁ ଯୁବତୀର ଛାତିରେ ଲାଗିଥିବା ଆଘାତ ଅନ୍ୟ କୌଣସି କାରଣରୁ ହୋଇଥିବା ଚର୍ଚ୍ଚା ହେଉଛି। ପଡୋଶୀ ଲୋକେ ଵି ଫାଟିବା ଶବ୍ଦ ଶୁଣିଥିବାରୁ ଘରେ ଭିତରେ କିଛି ଅଘଟଣ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ଏସପି ସୌମ୍ୟା ମିଶ୍ର, ଟାଉନଥାନା ଅଧିକାରୀ ଵିଵତ୍ସ ପ୍ରଧାନ ଓ ଅନ୍ୟ ପୁଲିସ ବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe