ବାଇକ୍‌‌ରେ ଲିଫ୍ଟ୍‌ରେ ଯିବା ମହଙ୍ଗା ପଡ଼ିଲା: ଯୁବ ବିଜେପି ନେତାଙ୍କୁ ଆକ୍ରମଣ, ଲୁଟ୍

Advertisment
ବାଇକ୍‌‌ରେ ଲିଫ୍ଟ୍‌ରେ ଯିବା ମହଙ୍ଗା ପଡ଼ିଲା: ଯୁବ ବିଜେପି ନେତାଙ୍କୁ ଆକ୍ରମଣ, ଲୁଟ୍

Deccan Herald

ଗଞ୍ଜାମ : ଖଲ୍ଲିକୋଟ ଥାନା କେଶପୁର ଶନିମନ୍ଦିର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଦିନ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ବାଇକ୍‌ରେ ଲିଫ୍ଟ୍ ଦେଇ ଆଣିବା ପରେ ତାଙ୍କଠୁ ମୋବାଇଲ୍ ଏବଂ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ଯୁବକଜଣକ ହେଲେ, ଗଞ୍ଜାମ ବ୍ଲକ୍ ପାଲୁର ଛକ ବାସିନ୍ଦା ତଥା ଯୁବ ବିଜେପି ନେତା ସୌରଭ ମିଶ୍ର।
ସୂଚନାନୁସାରେ ସୌରଭ ଜଙ୍କିଆ ଗ୍ରାମରୁ ଜଣେ ସଂପର୍କୀୟଙ୍କ ଘରୁ ଅଟୋ ଯୋଗେ କେଶପୁର ଛକ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଏକ ଦୋକାନରେ ଜଳଖିଆ ଖାଇବା ପରେ ୫୦୦ ଟଙ୍କିଆ ବଣ୍ଡଲ୍ ବାହାର କରି ଟଙ୍କା ଦେଇଥିଲେ। ପରେ ଟ୍ରେନ୍‌ରେ ଚଢ଼ିବାକୁ ଖଲ୍ଲିକୋଟ‌ ଷ୍ଟେସନ୍ ଆସୁଥିବା ବେଳେ ଏକ ବାଇକରେ ଦୁଇଜଣ ଯୁବକ ତାଙ୍କ ପାଖରେ ପହଞ୍ଚିଥିଲେ। ‘ଏହି ଅଞ୍ଚଳ ସୁରକ୍ଷିତ ନୁହେଁ। ଆମେ ଷ୍ଟେସନ୍ ଯାଉଛୁ କହି ଆପଣଙ୍କୁ ଛାଡ଼ିଦେବୁ’ କହି ବାଇକ୍‌‌ରେ ଲିଫ୍ଟ୍ ଦେଇଥିଲେ।
ତେବେ ସେମାନେ ସୌରଭଙ୍କୁ ଷ୍ଟେସନ୍ ନିକଟ ଅନ୍ଧାରିଆ ଗଳିରାସ୍ତାରେ ନେବାରୁ ତାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ସୁରକ୍ଷା ପାଇଁ ସୌରଭ ଡେଇଁ ପଡ଼ିଥିଲେ। ଏହାମଧ୍ୟରେ ଜଣେ ଦୁର୍ବୃତ୍ତ ସୌରଭଙ୍କୁ ଗୋଡ଼ାଇବା ସହ ଏକ ପଥର ଫୋପାଡ଼ିବାରୁ ତାହା ତାଙ୍କ ହାତ ଏବଂ ମୁଣ୍ଡରେ ବାଜିଥିଲା।  ଶନିମନ୍ଦିର ନିକଟରେ ସୌରଭ ପଡ଼ିଯିବାରୁ ଦୁର୍ବୃତ୍ତମାନେ ଆସି ତାଙ୍କୁ ମାଡ଼ ମାରିଥିଲେ। ସୌରଭ ଡରିଯାଇ ୧୦ହଜାର ଟଙ୍କା ଓ ମୋବାଇଲ୍ ଦେଇଥିଲେ ମଧ୍ୟ ବ୍ୟାଗ୍‌ଟିକୁ ଫୋପାଡ଼ିଦେଇଥିଲେ। ଫଳରେ ଦୁର୍ବୃତ୍ତମାନେ ରାଗିଯାଇ ତାଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ଦୁଇଟି ବାଇକ୍ ସେହି ରାସ୍ତାରେ ଆସୁଥିବାର ଦେଖି ଦୁର୍ବୃତ୍ତମାନେ ଚମ୍ପଟ୍ ମାରିଥିଲେ। ସୌରଭଙ୍କୁ ଜିଆରପି ସହାୟତାରେ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାକୁ ଅଣାଯାଇଥିଲା। ଏନେଇ ସେ ଏତଲା ଦେବା ପରେ ତଦନ୍ତ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌କୁ ସଂଗ୍ରହ କରାଯାଇଛି। ସୌରଭ ଜଳଖିଆ ଖାଇ ଟଙ୍କା ଦେଉଥିବା ସମୟରେ ହିଁ ଲୁଟେରାମାନେ ତାଙ୍କୁ ଟାର୍ଗେଟ୍ କରିଥିବା ଅନୁମାନ କରାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe