କରୋନା ଯୋଦ୍ଧାଙ୍କ ପାଇଁ ମାଗଣାରେ ୧୦୦ ଜଣଙ୍କ ମୋବାଇଲ ରିଚାର୍ଜ କଲେ ଯୁବ ବ୍ୟବସାୟୀ

Advertisment
କରୋନା ଯୋଦ୍ଧାଙ୍କ ପାଇଁ ମାଗଣାରେ ୧୦୦ ଜଣଙ୍କ ମୋବାଇଲ ରିଚାର୍ଜ କଲେ ଯୁବ ବ୍ୟବସାୟୀ

ଚନ୍ଦାହାଣ୍ଡି: କରୋନା ମହାମାରୀ ଯୁଦ୍ଧ ରେ ନିଜର ସହଭାଗିତା ପାଇଁ ଅନେକ ବ୍ୟକ୍ତିବିଶେଷ ନିଜ ନିଜ ଢଙ୍ଗରେ ସହଯୋଗ ର ହାତ ବଢ଼ାଇ ସମାଜ ପ୍ରତି ନିଜର ଦାୟିତ୍ଵ ନିର୍ବାହ କରୁଛନ୍ତି। କିଏ ଗରିବ ଜନସାଧାରଣଙ୍କୁ ଆହାର ଯୋଗାଉଛନ୍ତି ତ ପୁଣି କେହି କେହି ଲୋକଙ୍କ ମଧ୍ୟରେ ମାସ୍କ ବଣ୍ଟନ କରୁଛନ୍ତି ।

ଏହି କ୍ରମରେ ଆଜି ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଦଣ୍ଡାମୁଣ୍ଡା ଗ୍ରାମର ଯୁବ ବ୍ୟବସାୟୀ ମହମ୍ମଦ ସାହିଲ କରୋନା ଲଢେଇର ଯୋଦ୍ଧା ସାଜିଥିବା ଓ ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ , ବିଦ୍ୟୁତ୍ ବିଭାଗ କର୍ମଚାରୀ, ଜଳଯୋଗାଣ କର୍ମଚାରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଭଳି ଶତାଧିକ ବ୍ୟକ୍ତିଙ୍କ ମୋବାଇଲକୁ ଦୁଇ ଶହ ଟଙ୍କାର ମାସିକ ରିଚାର୍ଜ କରି ଅଭିନବ ଭାବେ ସାହାଯ୍ୟର ହାତ ବଢାଇଛନ୍ତି।

ବର୍ତ୍ତମାନ ଲକ୍ ଡାଉନ୍ ଯୋଗୁଁ ଦୋକାନ ବଜାର ବନ୍ଦ ରହୁଥିବାବେଳେ ଏହିଭଳି ଅଭିନବ ପ୍ରୟାସକୁ କରୋନା ସଂଗ୍ରାମରେ ଗ୍ରାମାଞ୍ଚଳରେ ଯୋଦ୍ଧା ସାଜିଥିବା କର୍ମଚାରୀ ଓ ବ୍ୟକ୍ତି ବିଶେଷମାନେ ସାହିଲଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସାହିଲ ଶହେ ଜଣଙ୍କ ମୋବାଇଲକୁ ଦୁଇ ଶହ ଟଙ୍କା ଲେଖାଏଁ କୋଡିଏ ହଜାର ଟଙ୍କାର ରିଚାର୍ଜ କରିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe