ମକା କ୍ଷେତରେ ପାଣି ମଡାଇବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବ ଚାଷୀଙ୍କ ମୃତ୍ୟୁ

Advertisment
ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବନ୍ଧକଣା ଗ୍ରାମର ଜଣେ ଯୁବ ଚାଷୀଙ୍କର ମକାବାଡ଼ରେ ପାଣି ମଡାଇବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ମୃତ ଚାଷୀ ବନ୍ଧ କଣା ଗ୍ରାମର କମଳ ମୁଦୁଲି (୩୦)। ସୂଚନା ଅନୁଯାୟୀ ଆଜି ଅପରାହ୍ନ ୪ ଘଣ୍ଟ ସମୟରେ ଡାବୁଗାଁ ଥାନା ଅଞ୍ଚଳା ପଞ୍ଚାୟତ ଅନ୍ତର୍ଗତ ବନ୍ଧ କଣା ଗ୍ରାମର ଯୁବ ଚାଷୀ କମଳ ମୁଦୁଲି (୩୦) ଘର ନିକଟ ନିଜ ମକା କ୍ଷେତରେ ପାଣି ମଡାଇବାକୁ ଯାଇଥିଲେ। ସେଠାରେ ଅସାବଧାନତା ବସତଃ ଶ୍ୱିଚ ମାରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଆଘାତ ପାଇଥିଲେ। ସେଠାରେ ଅଚେତ ହୋଇ ପଡିବା ପରେ କମଳଙ୍କୁ ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ଡାକ୍ତର ସେଠାରେ ଚାଷୀ କମଳଙ୍କୁ ମୃତ ଘୋଷଣା କରିଥିଲେ। କମଳ ଧାର କରଜ କରି ମକା ଚାଷ କରିଥିବା ବେଳେ ଅଚାନକ ଏପରି ଅଘଟଣ ଘଟି ମୃତ୍ୟୁ ହୋଇଯିବା ପରେ ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ମୃତ ଚାଷୀ କମଳ ମୁଦୁଲିର ଦୁଇ ସନ୍ତାନ ଥିବା ବେଳେ ଏହି ଦୁଃଖିତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ଖବର ପାଇ ଡାବୁଗାଁ ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe