ନୂଆପଡ଼ାରୁ ନିଖୋଜ ଯୁବତୀକୁ ୪ ମାସ ପରେ ଛତିଶଗଡ଼ର ଜଣେ ବାବାଙ୍କ ପାଖରୁ ଉଦ୍ଧାର କଳା ପୁଲିସ

ନୂଆପଡ଼ାରୁ ନିଖୋଜ ଯୁବତୀକୁ ୪ ମାସ ପରେ ଛତିଶଗଡ଼ର ଜଣେ ବାବାଙ୍କ ପାଖରୁ ଉଦ୍ଧାର କଳା ପୁଲିସ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ କୁରୁମପୁରୀ ଗାଁରୁ ଜଣେ ଯୁବତୀ ଚୋକୋପଡ଼ା ଠାରୁ ନିଖୋଜ ହେବା ୪ ମାସ ପରେ ଲଖନା ପୁଲିସ ଛତିଶଗଡ଼ରୁ ଗରିଆବନ୍ଧର ଜଣେ ବାବାଙ୍କଠାରୁ ଉଦ୍ଧାର କରିଥିବା ବେଳେ ବାବା ଓ ଯୁବତୀଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ଲଖନା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଲଖନା ଥାନା କୁରୁମପୁରୀ ଗ୍ରାମର ରାମପ୍ରସାଦ ସାହୁଙ୍କ ଦ୍ବିତୀୟ ଝିଅ ଶୀତଳ ସାହୁ (୨୦) ଗତ ଫେବ୍ରୁଆରି ୧୬ ତାରିଖ ଦିନ ଚୋକୋପଡ଼ାଠାରୁ ଆଉ ଘରକୁ ଫେରିନଥିଲା। ପରେ ପରିବାର ଲୋକ ଖୋଜାଖୋଜି କରିବାରୁ ମିଳି ନ ଥିଲେ। ନିଖୋଜ ଯୁବତୀର ମା ବିରଜା ସାହୁ ଜୁନ ୩୦ ତାରିଖରେ ଲଖନା ଥାନାରେ ଏକ ଅଭିଯୋଗ କରିଥିଲେ। ଏହାକୁ ନେଇ ଲଖନା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଯୁବତୀଙ୍କୁ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଥିବା ଖବର ପାଇଁ ଲଖନା ପୁଲିସ ସହଦେବ ଯୋଶୀ, ଏଏସଆଇ ରାମଚନ୍ଦ୍ର ଶବର, କନେଷ୍ଟବଲ ଲତାମଞ୍ଜଳି ବାଇ ଛତିଶଗଡ଼ ଗରିଆବନ୍ଧଠାରୁ ଶନିବାବା ମାଖନଲାଲ ଯାଦବ(୪୫) ଓ ଯୁବତୀ ଶୀତଳ ସାହୁ ଙ୍କୁ ଆଣି ଲଖନା ଥାନାରେ ରଖି ପଚରାଉଚୁର କରୁଥିବା ଲଖନା ଥାନା ଅଧିକାରୀ ତପନ ଦାସ ଠାରୁ ପ୍ରକାଶ।

ଯୁବତୀଙ୍କର ମା ବିରଜା କହିବା ଅନୁଯାୟୀ, ତାଙ୍କର ଝିଅର ମାନସିକ ରୋଗ ଥିଲା। ଚିକିତ୍ସା ପାଇଁ ଗରିଆବନ୍ଧ ଶନିବାବା ଲଖନଲାଲ ଯାଦବଙ୍କ ପାଖକୁ ନେଇଥିଲେ। ଝିଅ ମଧ୍ୟ ଭଲ ହୋଇଥିଲା, କିନ୍ତୁ ବାବା ମୋ ଝିଅକୁ ଗାଁରୁ ନେଇଯାଇ ରଖିଥିଲେ। ଏପରି ବହୁ ଝିଅମାନଙ୍କୁ ଭଲ କରିଦେବି କହି ବାବା ତାଙ୍କ ପାଖରେ ରଖୁଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe