ୟଙ୍ଗ ଇଣ୍ଡିଆନ୍ସର ବାର୍ଷିକ ଉତ୍ସବ ପାଳିତ

ୟଙ୍ଗ ଇଣ୍ଡିଆନ୍ସର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର : ସ୍ଥାନୀୟ ଇନଫୋସିଟି ଗଲ୍ଫ କ୍ଲବଠାରେ ୟଙ୍ଗ ଇଣ୍ଡିଆନ୍ସ(ୱାଇଆଇ) ଭୁବନେଶ୍ୱର ଚାପ୍ଟରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ସିଆଇଆଇର ଭାଇସ୍‌ ଚେୟାରମ୍ୟାନ ଟାଟା ଷ୍ଟିଲ୍‌(ଏସ୍‌ଇଜେଡ୍‌)ର ଏମ୍‌ଡି ଅରୁଣ ମିଶ୍ର ଉଦ୍ଘାଟନ କରିଥିଲେ। ୟଙ୍ଗ ଇଣ୍ଡିଆନ୍ସ ରିଜିଓନାଲ ଚେୟାରମ୍ୟାନ୍‌ ଓ ଇଶ୍ୱର ସଫ୍ଟଓୟାରର ପ୍ରତିଷ୍ଠାତା ଅବନୀଶ ନାୟକ, ୱାଇଆଇ ଭୁବନେଶ୍ୱର ଚାପ୍ଟର ଓ ଏସ୍‌ଜେ ଡେଭଲପର୍ସର ଡାଇରେକ୍ଟର ମାତୃଦତ୍ତ ମିଶ୍ର, ୱାଇଆଇ ଭୁବନେଶ୍ୱର ଚାପ୍ଟର କୋ-ଚେୟାରମ୍ୟାନ୍‌ ତପେନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ପୁରସ୍କାରପ୍ରାପ୍ତ ଓ ବିଭିନ୍ନ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିଥିବା ଆଶିଷ ବିଦ୍ୟାର୍ଥୀ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜସ୍ଥାନ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ଏହି ବାର୍ଷିକ ଉତ୍ସବ ଅବସରରେ ୱାଇଆଇର ନବନିଯୁକ୍ତ ପ୍ରତିନିଧି ମଧ୍ୟ ଚୟନ କରାଯାଇଥିଲା। ଚଳିତ ବର୍ଷ ୨୦୧୮-୧୯ର ଚେୟାର ଭାବେ ତତ୍ୱ ଟେକ୍ନଲୋଜି ଲିଃର ସିଇଓ ତପେନ୍ଦ୍ର ସେନାପତି ଓ କୋ-ଚେୟାର ଭାବେ ପିଜିଏଲ୍‌ ଗ୍ରୁପ୍‌ର ଡାଇରେକ୍ଟର କମଳ ସୀତାରାମ ଅଗ୍ରୱାଲ ଦାୟିତ୍ୱ ଗ୍ରହଣ କରିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe