ବେକରେ ଓଢ଼ଣି ଲଗାଇ ଝୁଲିପଡ଼ିଲେ ଯୁବତୀ

ବେକରେ ଓଢ଼ଣି ଲଗାଇ ଝୁଲିପଡ଼ିଲେ ଯୁବତୀ

ବେହେରା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ କୋକସରା ଥାନା ମାଳପଡ଼ା ଗାଁର ପାର୍ବତୀ ଦୁର୍ଗା (୨୧) ନାମ୍ନୀ ଜଣେ ଯୁବତୀ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମାଲପଡ଼ା ଗାଁର ଭରତ ଦୁର୍ଗା ଓ ଗାୟତ୍ରୀ ଦୁର୍ଗାଙ୍କ ଝିଅ ପାର୍ବତୀ ଗୁରୁବାର ସକାଳ ୧୧ ଘଣ୍ଟା ସମୟରେ ଘରୁ ବାହାରି ଆଉ ଫେରି ନଥିଲେ। ପରେ ଏକ ଚାଷଜମିରେ ଥିବା ଗଛରେ ବେକରେ ଓଢ଼ଣି ଦେଇ ସେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ହେଁ ତାଙ୍କ ମୃତ୍ୟୁ ଘଟିଥିଲା। କୋକସରା ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ଶହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ପୁଲିସ ଏଏସ୍‌ଆଇ ସନ୍ତୋଷ ନାଏକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe