‘ସ୍ତ୍ରୀ’ର ଅଧିକାର ମାଗିବାରୁ ଯୁବତୀଙ୍କୁ ୩୧ଖଣ୍ଡ କରି ହାଣି ଜଙ୍ଗଲରେ ପୋତିଦେଲେ, ହତ୍ୟା ଅଭିଯୋଗରେ ଦଂପତି ଅଟକ

Advertisment
‘ସ୍ତ୍ରୀ’ର ଅଧିକାର ମାଗିବାରୁ ଯୁବତୀଙ୍କୁ ୩୧ଖଣ୍ଡ କରି ହାଣି ଜଙ୍ଗଲରେ ପୋତିଦେଲେ, ହତ୍ୟା ଅଭିଯୋଗରେ ଦଂପତି ଅଟକ

ରାଇଘର: ଜଣେ ଅବିବାହିତ ଯୁବତୀଙ୍କର ବିବାହ କରିବାର ସ୍ବପ୍ନ ଚୂରମାର ହୋଇଯାଇଛି। ବିବାହ କରିବାକୁ ସ୍ବପ୍ନ ଦେଖିଥିବା ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି। ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀ ମିଶି ମଧ୍ୟରାତ୍ରିରେ ଯୁବତୀଙ୍କୁ ହତ୍ୟା ପରେ ୩୧ ଖଣ୍ଡ କରି ଜଙ୍ଗଲରେ ମାଟି ଖୋଳି ପୋତିଦେଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଆଜି ଦିନ ସାରା ଏଭଳି ଚାଞ୍ଚଲ୍ୟକର ଖବରକୁ ନେଇ ଚର୍ଚ୍ଚା ହେଉଛି। ମୃତ ଯୁବତୀ ହେଲେ ତିଲାବାଈ ଗଣ୍ଡ (୨୧)।

ସୂଚନା ଅନୁସାରେ ରାଇଘର ଥାନା ବାଘବେଡ଼ା ଗ୍ରାମର ଲୁଦୁରାମ ଗଣ୍ଡଙ୍କ ଝିଅ ତିଲାବାଈ ୨ ବର୍ଷ ହେଲା ମୁରୁମଡ଼ିହି  ଗ୍ରାମର ଚନ୍ଦ୍ର ରାଉତ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ସେ ‘ସ୍ତ୍ରୀ’ର ଅଧିକାର ପାଇବା ପାଇଁ ଗତ ବୁଧବାର ଦିନ ଅପରାହ୍‌ରେ ଘରଠାରୁ ପ୍ରାୟ ୧୦ କିଲୋମିଟର ଦୂର ପ୍ରେମିକ ଚନ୍ଦ୍ର ରାଉତଙ୍କ ଘରକୁ ଯାଇ ରାତିରେ ସେଠାରେ ପହଞ୍ଚିଥିଲେ। ସେ ବିବାହିତ ଯୁବକ ତଥା ପ୍ରେମିକ ଚନ୍ଦ୍ରକୁ ପତ୍ନୀର ଅଧିକାର ମାଗିଥିଲେ।

ପୁଲିସ କହିଛି ଯେ, ତିଲାବାଈଙ୍କୁ ଚନ୍ଦ୍ର ଓ ତା’ର ସ୍ତ୍ରୀ ପ୍ରଥମେ ହତ୍ୟା କରିଥିଲେ। ଏହା ପରେ ତିଲାବାଈଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ ସୋଲରେ ପ୍ରସ୍ତୁତ ଟୋକେଇରେ ଭର୍ତ୍ତି କରିଥିଲେ। ଘରଠାରୁ ୩୦୦ ମିଟର ଦୂରରେ ଥିବା ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ଏକ ତେନ୍ତୁଳି ଗଛ ମୂଳରେ ମୃତଦେହକୁ ରଖି ୩୧ ଖଣ୍ଡ କରି ନିକଟସ୍ଥ ଏକ ମୂଷାଗାତରେ ପୋତି ଦେଇଥିଲେ।

ତେବେ ଆଜି ସକାଳୁ ମୁରୁମଡିହି ଗାଁର ଜଣେ ଯୁବକ ଜଙ୍ଗଲକୁ ଯାଇଥିବା ବେଳେ ତେନ୍ତୁଳି ଗଛ ମୂଳେ ରକ୍ତଛିଡ଼ା ପଡ଼ିଥିବା ଦେଖି ଗାଁର ଲୋକଙ୍କୁ ସୂଚନା ଦେଇଥିଲେ। ପରେ  ଗାଁ ଲୋକେ ଘଟଣାସ୍ଥଳକୁ ଯାଇ ମୃତହେଦର କିଛି ଅଂଶ ଏକ ଗାତରେ ପଡ଼ିଥିବା ଜାଣିପାରିଥିଲେ। ଏନେଇ ଚାରିଆଡେ ଖବର ପ୍ରଚାର ହୋଇଥିଲା। ଶେଷରେ ଏହି ଖବର ମୃତ ଯୁବତୀ ତିଲାବାଈଙ୍କ ବାପା ଲୁଦୁରାମ ଗଣ୍ଡଙ୍କ ନିକଟରେ ପହଞ୍ଚି ଥିଲା। ଲୁଦୁରାମଙ୍କ ଏତଲା କ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତହେଦ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସନ୍ଧାନୀ କୁକୁର, ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe