କଂଗ୍ରେସ ନୀତି ଆଦର୍ଶ ଠାରୁ ଦୂରେଇ ଯିବାରୁ ଦଳ ଛାଡ଼ିଲି: ରବି ଗମାଙ୍ଗ

Advertisment

ଦଳ ଛାଡିବା ନେଇ ସ୍ପଷ୍ଟ କଲେ ଯୁବ ନେତା ରବି

ଦଳ ଛାଡିବା ନେଇ ସ୍ପଷ୍ଟ କଲେ ଯୁବ ନେତା ରବି

କଂଗ୍ରେସ ନୀତି ଆଦର୍ଶ ଠାରୁ ଦୂରେଇ ଯିବାରୁ ଦଳ ଛାଡ଼ିଲି: ରବି ଗମାଙ୍ଗ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଂଗ୍ରେସର ଗଡ଼ ବୋଲି ପରିଚିତ ହେଉଥିବା ବେଳେ ଆଜି ଏହା ଭୁଷୁଡ଼ି ମାଟିରେ ମିଶିବାକୁ ବସିଲାଣି କହିଲେ କିଛି ଅତ୍ୟୁକ୍ତି ହେବା ନାହିଁ। ଆଜି ପୁଣି କଂଗ୍ରେସକୁ ଏକ ଶକ୍ତ ଝଟକା ଲାଗିଛି। କଂଗ୍ରେସର ଯୁବନେତା ତଥା ରାମନାଗୁଡ଼ା ବ୍ଳକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ଦଳରୁ ନିଜେ ବହାରି ଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି। ପ୍ରଥମେ ବିଜେପି ଓ ପରେ କଂଗ୍ରେସରେ ଯୋଗ ଦେଇଥିବା ଏହି ଯୁବ ନେତା ନିଜ ପୁଲିସ ଚାକିରିରୁ ଅବ୍ୟାହିତ ନେଇ ରାଜନୀତିରେ ପାଦ ଦେଇଥିଲେ। ବହୁତ କମ ଦିନରେ ଲୋକଙ୍କ ପ୍ରିୟ ପାତ୍ର ହୋଇ ୨୦୨୨ ନିର୍ବାଚନରେ ୮ଟି ସମିତି ସଭ୍ୟଙ୍କ ସହମତିରେ ସେ ରାମନାଗୁଡା ବ୍ଳକର ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହୋଇପାରିଥିଲେ। କିନ୍ତୁ ବର୍ତ୍ତମାନ ସେ କଂଗ୍ରେସରେ ରହି ସମସ୍ତ କାର୍ଯ୍ୟ ନିର୍ବାହ କରୁଥିଲେ ମଧ୍ୟ ବର୍ତ୍ତମାନ ଦଳରୁ ଦୂରେଇ ଯିବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି।

ଶ୍ରୀ ଗମାଙ୍ଗ କହିଛନ୍ତି ଯେ ସେ ଯେଉଁ ଦଳର ନୀତି ଆଦର୍ଶ ନେଇ ଆକୃଷ୍ଟ ହୋଇ ଦଳ ସହ ସାମିଲ ହୋଇଥିଲେ ତାହା ବର୍ତ୍ତମାନ ଆଉ ଦେଖିବାକୁ ମିଳୁନଥିବା ସହ ଦଳର ଯେଉଁ ପରିସ୍ଥିତି ରହିଛି ତାହା ଲୋକଙ୍କୁ ଦୂରେଇ ଦେଉଛି। ଏଣୁ ସେ ଲୋକଙ୍କ ସେବା କରିବାକୁ ରାଜନୀତିରେ ପଦ ଥାପିଥିବା ବେଳେ ଲୋକଙ୍କ ସେବା ପାଇଁ ବିରୋଧୀ ଦଳର କର୍ତ୍ତବ୍ୟ ନିଭାଇବା କଂଗ୍ରେସ ଦଳ ବୋଧହୁଏ ଭୁଲି ଯାଇଛି ବୋଲି କହିଛନ୍ତି। ସେ ସର୍ବଦା ନିଜ କଥା ଅପେକ୍ଷା ରାମନାଗୁଡ଼ା ଲୋକଙ୍କ ସ୍ବାର୍ଥକୁ ନିଅନ୍ତି ଓ ତାଙ୍କର ଶୁଭ ଚିନ୍ତକ ଓ ସହଯୋଗୀଙ୍କ ପରାମର୍ଶ ନେଇ ଏହି କଂଗ୍ରେସ ଦଳରୁ ନିବୃତ୍ତ ହେବା ପାଇଁ କହିଥିବା ବେଳେ ତାଙ୍କ ସହ ଆହୁରି ଅନେକ କର୍ମୀ ଓ ସମିତି ସଭ୍ୟ ମଧ୍ୟ ଦଳରୁ ବାହାରିବା ନେଇ ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ପଦକ୍ଷେପ ତାଙ୍କର ସହଯୋଗୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ବିଜେଡ଼ି ଦଳକୁ ଯିବା ନେଇ ପ୍ରତ୍ୟାଖ୍ୟାନ ନକରିଥିଲେ ମଧ୍ୟ ତାଂକ କଥାର ସ୍ପଷ୍ଟ ବାରି ହେଉଥିଲା। ବର୍ତ୍ତମାନ ଆଗକୁ ଦେଖିବାର ବାକି ରହିଲା ଶ୍ରୀ ଗମାଙ୍ଗ କେଉଁ ପଦକ୍ଷେପ ନେଇ ରାୟଗଡ଼ା ରାଜନୀତି ବିଶେଷଜ୍ଞମାନଙ୍କୁ ଚକିତ କରାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe