କନ୍ଧମାଳରେ ଲଜ୍ଜା ! ଯୁବକଯୁବତୀଙ୍କୁ ଅର୍ଦ୍ଧଉଲଗ୍ନ କରି ବାଉଁଶରେ ବାନ୍ଧି ବୁଲାଇଲେ ଗାଁ ଲୋକେ

Advertisment
କନ୍ଧମାଳରେ ଲଜ୍ଜା ! ଯୁବକଯୁବତୀଙ୍କୁ ଅର୍ଦ୍ଧଉଲଗ୍ନ କରି ବାଉଁଶରେ ବାନ୍ଧି ବୁଲାଇଲେ ଗାଁ ଲୋକେ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଏକ ଗ୍ରାମରେ ଘଟିଥିବା ଘଟଣା ପୂରା ଜିଲ୍ଲା ପାଇଁ ଲଜ୍ଜା ଆଣିଛି। ସମ୍ଭବତଃ କଙ୍ଗାରୁ କୋର୍ଟ କରି ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ଗାଁ ଦାଣ୍ଡରେ ବୁଲାଯାଇଥିବାର ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଅମାନବୀୟ କାଣ୍ଡର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ନେଇ ଘୁ.ଉଦୟଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, ଗତ ୧୯ ତାରିଖରୁ ନିଖୋଜ ଥିବା ଘୁ.ଉଦୟଗିରି ଥାନା ଗୁନ୍ଦାବାଜୁ ଗ୍ରାମର ଲୁଲୁ ପ୍ରଧାନ ବୋଲି ତାଙ୍କ ଭାଇ ବୁଲୁ ପ୍ରଧାନ ଚିହ୍ନଟ କରି ପୁଲିସକୁ ଜଣାଇଛନ୍ତି। ରଙ୍ଗ କାମ ପାଇଁ ଗତ ୧୯ ତାରିଖରୁ ସେ ଘରୁ ବାହାରି ହଠାତ୍ ନିଖୋଜ ହୋଇ ଯାଇଥିଲେ। ଏ ନେଇ ଘୁ.ଉଦୟଗିରି ଥାନାରେ ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ ଏକ ନିଖୋଜ ମାମଲା ରୁଜୁ ହୋଇଛି। କିନ୍ତୁ ଆଜି ଜଣେ ଯୁବତୀଙ୍କ ସହ ଏଭଳି ଅବସ୍ଥାରେ ତାଙ୍କ ଭାଇର ଫଟୋ ଓ ଭିଡ଼ିଓ ଦେଖି ବୁଲୁ ଘୁ.ଉଦୟଗିରି ଥାନାରେ ଏତଲା ଦେଇଛନ୍ତି। ଯେଉଁଥିରେ କିଛି ମହିଳା ଓ ପୁରୁଷ ଏକ ଲମ୍ବା ବାଉଁଶରେ ଉଭୟଙ୍କ ହାତକୁ ବାନ୍ଧି ଗାଁ ଦାଣ୍ଡରେ ଚଲାଉଥିବା ଦେଖିବାକୁ ମିଳିଛି। ତେବେ ଭାଇରାଲ୍ ହୋଇଥିବା ଫଟୋ କନ୍ଧମାଳ ଜିଲ୍ଲାର କେଉଁ ଗାଁର ଦୃଶ୍ୟ, ତାହା ଏଯାଏ ସ୍ପଷ୍ଟ ହୋଇପାରିନି। ସେପଟେ ଲୁଲୁଙ୍କ ମୋବାଇଲ୍‌ ସ୍ବିଚ୍ ଅଫ୍ ଥିବାରୁ ଭାଇ ବୁଲୁ ବ୍ୟସ୍ତବିବ୍ରତ ହୋଇ ଉଠିଛନ୍ତି। ଆଜି ଫଟୋ ଓ ଭିଡ଼ିଓକୁ ଦେଖିବା ପରେ ବୁଲି ଥାନାକୁ ଆସି ଏତଲା ଦେଇଥିଲେ। କିନ୍ତୁ ପୁଲିସ ବର୍ତ୍ତମାନ କେବଳ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ଭାଇର ସୁରକ୍ଷାକୁ ନେଇ ବୁଲୁ ଚିନ୍ତିତ ଥିବା ବେଳେ ତାଙ୍କୁ ଠାବ କରିବା ଲାଗି ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe